ଭାରତ

ଚନ୍ଦ୍ରକୁ ଆଉ ମାତ୍ର ୧୫୭ କିମି

(ଦିଲ୍ଲୀ) : ଧୀରେ ଧୀରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ନିକଟତର ହେବାରେ ଲାଗିଛି। ଏହା ବର୍ତ୍ତମାନ ଚନ୍ଦ୍ରଠାରୁ ମାତ୍ର ୧୫୭ କିମି ଦୂରରେ ରହିଛି। ଶୁକ୍ରବାର ଇସ୍ରୋ କହିଥିଲା ଯେ ଚନ୍ଦ୍ରଯାନ-୩ ବର୍ତ୍ତମାନ ଚନ୍ଦ୍ରର ୧୧୩ କିମି x ୧୫୭ କିମି କକ୍ଷପଥରେ ପ୍ରବେଶ କରି ଅପରାହ୍ଣ ୪ଟା ସୁଦ୍ଧା ପରିବେଗ ହ୍ରାସ କରିବା ଆରମ୍ଭ କରିଛି। ଚନ୍ଦ୍ରଯାନ-୨ର ବିଫଳତାରୁ ଶିକ୍ଷାଲାଭ କରି ଚନ୍ଦ୍ରଯାନ-୩ ସଫଳତା ଦିଗରେ ଅଗ୍ରସର ହେଉଛି।

ସୂଚନାନୁଯାୟୀ , ଦ୍ବିତୀୟ ପରିବେଗ ହ୍ରାସ ପ୍ରକ୍ରିୟା ରବିବାର ଅପରାହ୍ଣ ୨ଟାରେ ଆରମ୍ଭ ହେବ। ଇତିମଧ୍ୟରେ ରୁଷ୍‌ର ଚନ୍ଦ୍ରଯାନ ଲୁନା-୨୫ ମଧ୍ୟ ଚନ୍ଦ୍ରର ପାଖାପାଖି ପହଞ୍ଚି ଚନ୍ଦ୍ରର ଜିମ୍ୟାନ କ୍ରାଟର (ଆଗ୍ନେୟଗିରି ଗହ୍ବର)ର ଫଟୋ ପଠାଇଛି। ରୁଷ୍ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଲୁନା-୨୫ ଏକ ସମ୍ଭାବ୍ୟ ଉଲ୍‌କାବର୍ଷାକୁ ଅତିକ୍ରମ କରିବାରେ ସଫଳ ହୋଇଛି। ଚନ୍ଦ୍ରର ମେରୁ ଅଞ୍ଚଳ ପ୍ରାୟତଃ ପୃଥିବୀକୁ ଦେଖାଯାଇ ନ ଥାଏ।

Related posts

ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର

mahabharatanews

ମାଓବାଦୀଙ୍କ ଆକ୍ରମଣରେ ୩ଜଣ ଯବାନ ସହିଦ

mahabharatanews

ସ୍ୱାଇନ୍‌ ଫ୍ଲୁ ଫିବର: WHO ପକ୍ଷରୁ ଏକ ସତର୍କ ସୂଚନା ଜାରି 

mahabharatanews