ଭାରତ

ତିନିଦେଶରେ ଚିନ୍ତା ବଢାଇଲାଣି କୋଭିଡର ନୂଆ ଭାରିଆଣ୍ଟ

(ଦିଲ୍ଲୀ)  : ତିନିଟି ଦେଶରେ ଚିନ୍ତା ବଢାଇଛି କୋଭିଡର ନୂଆ ଭାରିଆଣ୍ଟ BA.2.86 । ଏହି ଭାରିଆଣ୍ଟ ଅଧିକ ଶକ୍ତିଶାଳୀ ବୋଲି କହୁଯାଉଛି । ମହାମାରୀ କୋଭିଡ-୧୯ର ଏକ ନୂଆ ଅତ୍ୟଧିକ ମ୍ୟୁଟେଟେଡ ଲିନିଏଜ BA.2.୮୬ ଏବେ ପ୍ରସାରିତ ହେଉଛି । ଆମେରିକା, ଇସ୍ରାଏଲ ଓ ଡେନମାର୍କରେ ଏହି ନୂଆ ଭାରିଆଣ୍ଟ ପ୍ରଭାବ ବିସ୍ତାର କରୁଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଶୁକ୍ରବାର ଏହି ସୂଚନା ଦେଇଛି ।

ସୂଚନାନୁଯାୟୀ , ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅର୍ଥାତ୍ WHO ମଧ୍ୟ ଏହା ବିଷୟରେ ସୂଚନା ଦେଇଛି । WHO କହିଛି ଯେ ନୂଆ ଭାରିଆଣ୍ଟ ଦ୍ରୁତ ଗତିରେ ପରିବର୍ତ୍ତନ କରିବାର କ୍ଷମତା ରଖିଛି । ଯେଉଁଥିପାଇଁ ଏହା ଉପରେ ନଜର ରଖାଯାଉଛି । ସମ୍ପ୍ରତି WHO ୩  ନୂଆ ଭାରିଆଣ୍ଟକୁ ଟ୍ରାକ୍ କରୁଛି । ଏଥି ସହିତ, ୭ଟି ନୂଆ ଭାରିଆଣ୍ଟ ଉପରେ ନଜର ରଖାଯାଇଛି ।  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ନୂଆ ଭାରିଆଣ୍ଟ ବିଷୟରେ ସୂଚନା ଦେଇଛି । ଏଥିରେ ଦର୍ଶାଯାଇଛି ଯେ ସେମାନେ ଏହାକୁ ବୁଝିବା ପାଇଁ ଅଧିକ ତଥ୍ୟ ସଂଗ୍ରହ କରୁଛନ୍ତି । WHO କହିଛି ଯେ ଜୁଲାଇ ୧୦  ରୁ ଅଗଷ୍ଟ 6 ମଧ୍ୟରେ ୧ .୫  ମିଲିୟନ ନୂତନ କରୋନା ମାମଲା ରୁଜୁ ହୋଇଛି ।

Related posts

ତେଲେଙ୍ଗାନାରେ ବନ୍ୟା ସ୍ଥିତି: ବୁଡିଗଲା ପୁରା ଗାଁ

mahabharatanews

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ପଦକ ନିଶ୍ଚିତ କଲା ଭାରତୀୟ ମହିଳା କ୍ରିକେଟ୍ ଦଳ

mahabharatanews

୮୦୦ରୁ ଅଧିକ ଔଷଧ ହେବ ମହଙ୍ଗା

mahabharatanews