ଓଡିଶା

ଆସୁଛି ବଡ ବର୍ଷା; ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

(ଭୁବନେଶ୍ୱର) : ଆସନ୍ତା ୨୩ରେ ଆସୁଛି ବଡ ବର୍ଷା । ୨୫ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ନେଇ ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ କେନ୍ଦ୍ର । ପ୍ରଭାବରେ ୨୩ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସୂଚନାନୁଯାୟୀ , ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଓଡ଼ିଶା ଉପରେ ନାହିଁ କୌଣସି ପାଣିପାଗ ନିୟାମକ । ଫଳରେ ସାରା ରାଜ୍ୟରେ କେଉଁଠି ଘଡଘଡି ବିଜୁଳି ସହ ବର୍ଷା ହେଉଛି ତ କେଉଁଠି ରାଜ କରୁଛି ଗରମ ଗୁଳୁଗୁଳି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ । ରାଜ୍ୟରେ ଏଯାବତ ଅଗଷ୍ଟ ମାସରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ୧ ଅଗଷ୍ଟ ରୁ ୨୦ ଅଗଷ୍ଟ ୨୦୨୩ ମଧ୍ୟରେ ରାଜ୍ୟରେ ୨୫୩.୨ ମିମି ବର୍ଷା ରେକର୍ଡ କରାଯାଇଛି ।

Related posts

ଭାରତୀୟ ବୈଶ୍ଯ ମହାସଭା ତରଫରୁ ଅନୁପମା ଏକଘେରାଙ୍କୁ ଓଡିଶା ମହିଳା ଅଧ୍ୟକ୍ଷା ଭାବେ ମନୋନୀତ

mahabharatanews

ବୁର୍ଲା ବଡ଼ ଡାକ୍ତରଖାନାରେ ୨ ଶିଶୁ କରୋନା ପଜିଟିଭ ଚିହ୍ନଟ

mahabharatanews

୮ ଦଫା ଦାବିକୁ ନେଇ ଅଙ୍ଗନୱାଡି କର୍ମୀଙ୍କ ଧାରଣା

mahabharatanews