ଭାରତ

କ୍ରାସ୍ ହେଲା ଡିଆରଡିଓର ଏକ ଡ୍ରୋନ

(କର୍ଣ୍ଣାଟକ) : କ୍ରାସ୍  ହେଲା କର୍ଣ୍ଣାଟକ ଚିତ୍ରଦୁର୍ଗରେ ଡିଆରଡିଓର ଏକ ଡ୍ରୋନ । ଏହାର ନାମ ଥିଲା ତାପସ ଡ୍ରୋନ ।  ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ଟ୍ରାଏଲ ସମୟରେ ଡ୍ରୋସ କ୍ରାସ୍‌ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ଡିଆରଡିଓ ଦ୍ୱାରା ଡେଭଲପ କରାଯାଉଥିବା ଏହି ତାପସ ଡ୍ରୋନ ଦୁର୍ଘଟଣା ନେଇ ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପରୀକ୍ଷାମୂଳକ ଉଡାଣର କିଛି ସମୟରେ ପରେ ଏହା ଚାଷଜମି ଉପରେ ଖସିପଡିଥିଲା ।ଦୁର୍ଘଟଣା ସମ୍ପର୍କରେ ପ୍ରତିରକ୍ଷା ବାହିନୀ ସହ ଆଲୋଚନା କରିଛନ୍ତି ଡିଆରଡିଓ କର୍ତ୍ତୃପକ୍ଷ । ଘଟଣାର ତଦନ୍ତ ଜାରି ରହିଛି । ଆକାଶ ମାର୍ଗରୁ ତୀକ୍ଷ୍ଣ ନଜର ରଖି ପାରୁଥିବା ତାପସ ବିଏଚ-୨୦୧ ଦୂରଗାମୀ ଡ୍ରୋନ । ଟେକ୍ନିକାଲ ଏୟାରବର୍ନ ବିୟଣ୍ଡ ହେରାଇଜନ-୨୦୧ ବା ତାପସ ବିଏଚ-୨୦୧ ଅଧିକ ସମୟ ପର୍ଯ୍ୟନ୍ତ ରହୁପାରୁଥିବା ଡ୍ରୋନ ।

 

Related posts

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଦୀପିକା ପାଦୁକୋଣଙ୍କ ମତ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୨୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଘରଭଡା ଉପରେ ଦେବାକୁ ପଡିବ ୧୮ ପ୍ରତିଶତ ଜିଏସଟି

mahabharatanews