ଓଡିଶା

କମିଲା ପିଆଜ ଦର

(ଭୁବନେଶ୍ୱର) : ଆଜିଠୁ କମିବ ପିଆଦ ଦର । ଖୁଚୁରାରେ କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକ୍ରି କରିବ ଜାତୀୟ ଉପଭୋକ୍ତା କୋଅପରେଟିଭ୍ ସଂଘ ତଥା ଏମସିସିଏଫ୍ । ଦିନକୁ ଦିନ ବଢୁଥିବା ଦର ଉପରେ ବ୍ରେକ୍ ଲଗାଇବା ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ପିଆଜ କେଜି ପିଛା ୩୭ ଟଙ୍କା ଦରରେ ବିକ୍ରି ହେଉଛି ।

ସୂଚନାନୁଯାୟୀ , ବଢୁଥିବା ପିଆଜ ମୂଲ୍ୟକୁ ରୋକିବା ପାଇଁ କେନ୍ଦ୍ରୀୟ ଭଣ୍ତାରରୁ ପିଆଜ ବାହର କରି ଅନ୍ୟତ୍ର ପଠାଯାଉଛି । ତେବେ ଯେଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଦାମ୍ ଜାତୀୟ ହାରାହାରି ଦାମଠାରୁ ଅଧିକ ରହିଛି ପ୍ରଥମେ ସେହି ରାଜ୍ୟକୁ ପିଆଜ ରପ୍ତାନି କରାଯାଉଛି ।  ୧୪୦୦ ଟନ୍ ପିଆଜ ଭଣ୍ତାରରୁ ବାହାର କରାଯାଇ ସାରିଲାଣି । ସରକାରୀ ତଥ୍ୟ ଅନୁସାରେ, ଦେଶରେ ପିଆଜର କେଜି ପିଛା ଦର ୨୯ ଟଙ୍କା ୨୩ ପଇସା ରହିଛି ।

Related posts

ଭିଜିଲାନ୍ସ ଜାଲରେ ବିଡିଓ

mahabharatanews

ଓଡ଼ିଶା-ନାଗାଲାଣ୍ଡ ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶାର ବିଶାଳ ସ୍କୋର

mahabharatanews

ଗୁଳିମାଡରେ ଔଷଧ ଦୋକାନୀ ମୃତ, ଡାକ୍ତର ଗୁରୁତର

mahabharatanews