ଓଡିଶା

ବଢୁଛି  ହାତୀ ଉପଦ୍ରଵ; ଘର ଭାଙ୍ଗି ଖାଇଗଲେ ଧାନ 

(କଳାହାଣ୍ଡି) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ହାତୀ ଉପଦ୍ରଵ । ଏହି କ୍ରମରେ କଳାହାଣ୍ଡି ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଦକ୍ଷିଣ ବନାଞ୍ଚଳ ଅନ୍ତର୍ଗତ ମୂଷାନାଲ ସେକ୍ସନ କାନକୁଟରୁ ପଞ୍ଚାୟତ ତଳକାକେଶ୍ୱର ଗ୍ରାମରେ ହାତୀଙ୍କ ଉତ୍ପାତ କହିଲେ ନସରେ । ଯାହାକୁ ନେଇ ସ୍ଥାନୀୟବାସୀ ଭୟବିତ ହୋଇପଡିଛନ୍ତି ।

ସୂଚନାନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଆଠ ଘରିଆ ହାତୀପଲ ତଳକାଳେଶ୍ୱର ଗାଁକୁ ପଶି ପ୍ରଥମେ ରହି ମାଝୀଙ୍କ ଘର ଭାଙ୍ଗିବା ପରେ ଚୈତୁ ମାଝୀ, ପୂର୍ଣ୍ଣ ମାଝୀ, ଟୁକୁଲି ମାଝୀ ଓ ଶୁକ୍ରୁ ମାଝୀଙ୍କ ଘର ଭାଙ୍ଗିବା ସହ ଘରେ ଥିବା ଧାନ, ଚାଉଳ ଖାଇ ଆବାସପତ୍ର ନଷ୍ଟ କରିଦେଇଛନ୍ତି। ଖବରପାଇ ମୂଷାନାଳ ବନକର୍ମଚାରୀ ଗାଁରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଏଥିସହ ହାତୀପଲର ଗତିବିଧି ଉପରେ ନଜର ରଖାଯାଇଥିବା ଶ୍ରୀ ମାଝୀ କହିଛନ୍ତି।

Related posts

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରେ  ସଂଖ୍ୟା ୩୨୭କୁ ବୃଦ୍ଧି

mahabharatanews

କମିଶନରେଟପୁଲିସ୍ ଓ ରେଡ଼କ୍ରସ ପକ୍ଷରୁ ସାଇବର ସୁରକ୍ଷା ଏବଂ ରକ୍ତଦାନ ଶିବିର ଅନୁଷ୍ଠିତ

mahabharatanews

ସୌରିନଙ୍କ ନାଁରେ NBW ଜାରି

mahabharatanews