ଓଡିଶା

ସ୍କୁଲ୍ ଭିତରକୁ ପଶି ଆସିଲା ଭାଲୁ

(ବୈପାରିଗୁଡ଼ା) : ଦିନକୁ ଦିନ ଗାଁ ମୁହଁ ହେବାକୁ ଲାଗିଲେଣି ବନ୍ୟଜନ୍ତୁ । କେଉଁଠି ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରୁଛନ୍ତି ତ ଆଉ କେଉଁଠି ଖାଦ୍ୟ ଅନ୍ଵେସଣରେ ଚାଲିଆସୁଥିବା ଭଳି ଚିତ୍ର ସାମ୍ନାକୁ ଆସିଛି । ଏହି କ୍ରମରେ ମା’ଠାରୁ ଅଲଗା ହୋଇ ସ୍କୁଲ୍ ଭିତରକୁ ପଶି ଆସିଲା ଛୁଆ ଭାଲୁ। ଏଭଳି ଘଟଣା ଦେଖିବାକୁ ମିଳିଥିଲା ବୈପାରିଗୁଡ଼ା ବ୍ଲକ୍ କେନ୍ଦୁଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବଡ଼ନାୟକଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ। ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନ ଖାଉଥିବା ବେଳେ ଭାଲୁ ବିଦ୍ୟାଳୟରେ ପଶିଥିଲା। ଫଳରେ ଛାତ୍ରଛାତ୍ରୀ ଭୟବିତ ହୋଇଯାଇଛନ୍ତି ।

ସୂଚନାନୁଯାୟୀ ,  ତେବେ ଭାଲୁ ହଲଚଲ୍ ନ ହେବା ଦେଖି ସେ ଅସୁସ୍ଥ ଥିବା ଅନୁମାନ କରି ବିସ୍କୁଟ୍, କଦଳୀ ଭଳି କିଛି ଖାଦ୍ୟ ଦେବାରୁ ଖାଇବାକୁ ଲାଗିଲା। ଲୋକଙ୍କ ଗହଳି ଦେଖି ସ୍କୁଲ୍ ବାହାରକୁ ଆସି କିଛି ସମୟ ବୁଲାବୁଲି କରିବା ପରେ ଗଛମୂଳରେ ବସି ରହିଥିଲା। ଭାଲୁର ବୟସ ଏକ ବର୍ଷରୁ ଅଧିକ ହୋଇପାରେ। ଖବର ପାଇ ବନ ବିଭାଗ କର୍ମଚାରୀ ଦୁଇ ଘଣ୍ଟା ପରେ ପହଞ୍ଚି ଗ୍ରାମବାସୀ ଏବଂ ଶିକ୍ଷକଙ୍କ ସହାୟତାରେ ଭାଲୁକୁ ଉଦ୍ଧାର କରି ବୈପାରିଗୁଡ଼ା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି।

Related posts

କୋଟଗଡ ବ୍ଲକରେ ପ୍ରଥମ କୋରୋନା ପଜିଟିଭ ଚିହ୍ନଟ

mahabharatanews

ଖଡିଆ ସାଂସ୍କୃତିକ ସମାଜର ମହାସମାବେଶ

mahabharatanews

ଆହୁରି ଦୁଇ ଦିନ ଅତି ପ୍ରବଳ ବର୍ଷା ସମ୍ଭାବନା; ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି

mahabharatanews