ଭାରତ

ରାହୁଲଙ୍କୁ ଲୋଡ଼ାନାହିଁ ସରକାରୀ ବଙ୍ଗଳା

(ଦିଲ୍ଲୀ) :  ମୋଦୀ ସରନେମ ମାମଲାରେ ରାହୁଲ ଗାନ୍ଧି ପୁଣି ଥର ନିଜ ଲୋକସଭା ସଦସ୍ୟତା ଫେରି ପାଇ ମଧ୍ୟ ଏଥର ସରକାରୀ ବଙ୍ଗଳା ନେବା ପାଇଁ ସେ ସିଧାସଳଖ ମନା କରିଦେଇଛନ୍ତି । ଗତ ୮ ତାରିଖରେ ତାଙ୍କୁ ୧୨ ତୁଗଲକ ଲେନରେ ଥିବା ବଙ୍ଗଳା ଆଲଟ୍ କରାଯାଇଥିଲା । ହେଲେ ସେ ଏହାକୁ ନେବେ ନାହିଁ ବୋଲି ଲୋକସଭା ହାଉସିଂ ସୋସାଇଟିକୁ ପତ୍ର ଲେଖି ଜଣାଇଛନ୍ତି ।

ସୂଚନାନୁଯାୟୀ , ମୋଦି ସରନେମ୍ ମାମଲାରେ ୨ ବର୍ଷ ଦଣ୍ତାଦେଶ ମିଳିବା ପରେ ରାହୁଲ ଗାନ୍ଧିଙ୍କ ସାଂସଦ ପଦ ଚାଲିଯାଇଥିଲା । ଏହା ପରେ ସେ ରହୁଥିବା ଘରକୁ ମଧ୍ୟ ତାଙ୍କଠାରୁ ପ୍ରତ୍ୟାହାର କରି ନିଆଯାଇଥିଲା । ହେଲେ ପରବର୍ତ୍ତି ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେ ସଦସ୍ୟତା ଫେରି ପାଇଥିଲେ ଏବଂ ତାଙ୍କୁ ପୁଣି ବଙ୍ଗଳା ଆଲଟ କରାଯାଇଥିଲା । ହେଲେ ଏବେ ରାହୁଲ ନିଜ ସରକାରୀ ଘରେ ରହିବେ ନାହିଁ ବୋଲି ଲୋକସଭା ହାଉସିଂ ସୋସାଇଟିକୁ ପତ୍ର ଲେଖି ଜଣାଇଛନ୍ତି ।

Related posts

ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୨୦ ହଜାର ଉପରେ; ହ୍ରାସ ପାଉଛି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

mahabharatanews

ଅଯୋଧ୍ୟା ନଆସିବାକୁ ଭିଭିଆଇପିଙ୍କୁ ଅନୁରୋଧ କଲେ ସରକାର

mahabharatanews

ସାଧାରଣ ଖାଉଟିଙ୍କୁ ଲାଗିଲା ବଡ ଝଟ୍‌କା ।

mahabharatanews