(ଭୁବନେଶ୍ୱର) : ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଏଥର ଅଧିବେଶନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ଏନେଇ ବିଧାନସଭା ପକ୍ଷରୁ ସୂଚନା ମିଳିଛି ।
ସୂଚନାନୁଯାୟୀ, ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ମିଳିଛି । ମୌସୁମୀ ଅଧିବେଶନ ଥିବାରୁ ବାଚସ୍ପତି ପଦ ପୂରଣ ହେବା ଜରୁରୀ ହୋଇପଡ଼ିଛି । ତେଣୁ ଏହା ପୂର୍ବରୁ ସେପ୍ଟେମ୍ବର ୨୧ରେ ପ୍ରଥମେ ବାଚସ୍ପତି ନିର୍ବାଚନ ହେବ । ସେପ୍ଟେମ୍ବରରେ ୧୮ ରେ ନାମାଙ୍କନ ଦାଖଲ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ତେବେ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ନେଇ ସୂଚନା ମିଳିଛି ।
