ଓଡିଶା

ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ

(ଭୁବନେଶ୍ୱର) :  ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ଏଥର ଅଧିବେଶନରେ ମୋଟ ୧୩ ଦିନର କାର୍ଯ୍ୟ ଦିବସ ରହିଛି । ଏନେଇ ବିଧାନସଭା ପକ୍ଷରୁ ସୂଚନା ମିଳିଛି ।

ସୂଚନାନୁଯାୟୀ,  ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ମିଳିଛି । ମୌସୁମୀ ଅଧିବେଶନ ଥିବାରୁ ବାଚସ୍ପତି ପଦ ପୂରଣ ହେବା ଜରୁରୀ ହୋଇପଡ଼ିଛି । ତେଣୁ ଏହା ପୂର୍ବରୁ ସେପ୍ଟେମ୍ବର ୨୧ରେ ପ୍ରଥମେ ବାଚସ୍ପତି ନିର୍ବାଚନ ହେବ । ସେପ୍ଟେମ୍ବରରେ ୧୮ ରେ ନାମାଙ୍କନ ଦାଖଲ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ତେବେ ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ବାଚସ୍ପତି ନିର୍ବାଚନ ହେବା ନେଇ ସୂଚନା ମିଳିଛି ।

Related posts

ବୈଦ୍ୟନାଥ ଛକରୁ ଜବତ ହୋଇଛି ୨୧୫ ବୋତଲ କଫ ସିରଫ

mahabharatanews

ରେଳ ଦୁର୍ଘଟଣା : ପଦରୁ ବହିସ୍କୃତ ହେଲେ ଦକ୍ଷିଣ-ପୂର୍ବ ଜେନେରାଲ ମ୍ୟାନେଜର

mahabharatanews

ଛତ୍ରପୁର ଥାନାକୁ ଅଚାନକ ପରିଦର୍ଶନ କଲେ ଏସପି

mahabharatanews