ଭାରତ

ଆଦିତ୍ୟ-ଏଲ୍‌୧; ପୁଣି ଇତିହାସ ରଚିବ ଭାରତ !

(ଦିଲ୍ଲୀ) : ଇସ୍ରୋ ପ୍ରଥମ ସୌର ମିସନ ଆଦିତ୍ୟ-ଏଲ୍‌୧ର ଲଞ୍ଚ୍ ରିହର୍ସାଲ କରିଛି । ଇସ୍ରୋ ପକ୍ଷରୁ ଟ୍ବିଟରରେ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ଆଦିତ୍ୟ-ଏଲ୍‌୧ର ଉତ୍‌କ୍ଷେପଣ ପାଇଁ ପ୍ରସ୍ତୁତି ଚାଲିଛି। ଏହାର ଲଞ୍ଚ୍ ରିହର୍ସାଲ ଓ ଆଭ୍ୟନ୍ତରୀଣ ଯାଞ୍ଚ ସମ୍ପନ୍ନ ହୋଇଛି। ଏ ନେଇ ‌ଇସ୍ରୋ କେତେକ ଛବି ମଧ୍ୟ ଏକ୍ସରେ ପୋଷ୍ଟ କରିଛି।

ସୂଚନାନୁଯାୟୀ ,  ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ-ଏଲ୍‌୧ ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ପ୍ରକାଶ କରିଛି।  ସୂର୍ଯ୍ୟଙ୍କ ଅଧ୍ୟୟନ ନିମନ୍ତେ  ଆଦିତ୍ୟ ଏଲ-୧କୁ ମହାକାଶ ପଠାଇବା ପାଇଁ ଇସ୍ରୋ ପ୍ରସ୍ତୁତି ଆରମ୍ଭ କରିଛି । ଆଦିତ୍ୟ ଏଲ-୧ ମହାକାଶ ଯାନକୁ ସୋଲାର କରୋନା (ସୂର୍ଯ୍ୟଙ୍କ ସବୁଠୁ ବାହ୍ୟ ଭାଗ)ର ରିମୋଟ ଅବଜର୍ଭେସନ ଓ ଏଲ-୧ (ସୂର୍ଯ୍ୟ-ପୃଥିବୀ ଲଙ୍ଗ ରେଞ୍ଜ ପଏଣ୍ଟ)ରେ ସୌର ବାୟୁର ପର୍ଯ୍ୟବେକ୍ଷଣ କରାଯିବ।

Related posts

ବାଣ କାରଖାନାରେ ଅଚାନକ ବିସ୍ଫୋରଣ,୬ ମୃତ ସହ ୬୦ଆହତ

mahabharatanews

 ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଦେଶବାସୀଙ୍କୁ ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ 

mahabharatanews

ଆଜି ହେଉଛି ଜାତୀୟ ପ୍ରେସ୍ ଦିବସ

mahabharatanews