ଭାରତ

ଦିଲ୍ଲୀରେ ପ୍ରବଳ ଥଣ୍ଡା, ବିମାନ ଏବଂ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ 

(ଦିଲ୍ଲୀ) : ଦିଲ୍ଲୀରେ ପ୍ରବଳ ଥଣ୍ଡା । ମଙ୍ଗଳବାର ଦିନ ସକାଳୁ ସକାଳୁ ଜାତୀୟ ରାଜଧାନୀ କୁହୁଡ଼ି ଘୋଡ଼େଇ ହୋଇ ରହିଛି। ଦୃଶ୍ୟମାନତା ହ୍ରାସ ପାଇବା କାରଣରୁ ଦିଲ୍ଲୀରୁ ଯାଉଥିବା ପ୍ରାୟ ୩୦ଟି ବିମାନକୁ ବିଳମ୍ବିତ କରି ଦିଆଯାଇଛି। ଏହା ସହିତ ୧୭ଟି ବିମାନକୁ ବାତିଲ୍‌ କରାଯାଇଛି।ଦର୍ଶାଯାଇଛି ଯେ ଦିଲ୍ଲୀକୁ ଆସୁଥିବା ପ୍ରାୟ ୩୦ଟି ଟ୍ରେନ୍‌ ବିଳମ୍ବିତ ହୋଇଛି। ଘନ କୁହୁଡ଼ି ମଙ୍ଗଳବାର ବିମାନ ଏବଂ ଟ୍ରେନ୍ ଚଳାଚଳ ଉପରେ ବିଶେଷ ପ୍ରଭାବ ପକାଇଛି।

ସୂଚନାନୁଯାୟୀ , ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଜାତୀୟ ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗରେ ତାପମାତ୍ରା ୪.୮ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଥିବା ବେଳେ ପଲମରେ ୭.୨ ଡିଗ୍ରି ରେକର୍ଡ କରାଯାଇଛି। ବିମାନବନ୍ଦରରେ ସକାଳ ୭ଟା ବେଳକୁ ୧୦୦ଏମ୍‌ ଦୃଶ୍ୟମାନତା ରିପୋର୍ଟ ହୋଇଥିବାବେଳେ ୭.୩୦ରେ ଏହା ଶୂନ୍ୟକୁ ଖସିଆସିଛି। ସେହିପରି ସଫଦରଜଙ୍ଗରେ ୭ରୁ ୭.୩୦ ମଧ୍ୟରେ ଦୃଶ୍ୟତା ୫୦ଏମ୍‌ ରେକର୍ଡ ହୋଇଛି।

Related posts

ଉତ୍ତାପ ପାଇଁ ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ  

mahabharatanews

୨ହଜାର ନୋଟ୍‌ ପ୍ରତ୍ୟାହାର ‘ବିଲିୟନ୍‌ ଡଲାର୍‌ ଧୋକା’: ମମତା ବାନାର୍ଜୀ

mahabharatanews

ମଣିପୁର ଲଜ୍ୟା : ଗିରଫ ହେଲା ଆଉ ଜଣେ ଅଭିଯୁକ୍ତ

mahabharatanews