ଓଡିଶା

ପୁଲିସ ଗୁଳିରେ ଟଳିଲେ ଦୁଇ ନକ୍ସଲ  

(ମାଲକାନଗିରି):  ପୁଲିସର ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ । ଆଜି ସକାଳେ ଛତିଶଗଡର ସୁକମା ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳ ତାଡମେଟଲା ଜଙ୍ଗଲରେ ପୁଲିସର ଏନକାଉଣ୍ଟରରେ ଦୁଇ ଜଣ ନକ୍ସଲ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ନକ୍ସଲମାନଙ୍କ ଅସ୍ତ୍ରଶସ୍ତ୍ର ଏବଂ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି। ନିହତ ହୋଇଥିବା ଉଭୟ ନକ୍ସଲ ଜାଗରର୍ଗୁଣ୍ଡା ଏରିଆ କମିଟିର ଜନମିଲିସିଆ କ୍ୟାଡର ସୋଡି ଦେବା ଏବଂ ରବା ଦେବ ବୋଲି ଜଣା ପଡିଛି।

ସୂଚନାନୁଯାୟୀ, ସୁକମା ଜିଲ୍ଲାର ଏସପି କିରଣ ଚୌହାନ କହିଛନ୍ତି ଯେ ତାଡମେଟଲା ଜଙ୍ଗଲରେ ବହୁ ସଂଖ୍ୟାରେ ନକ୍ସଲ ଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଆଉ ଏହା ପରେ ଡିଆରଜି ଓ ସିଆରପିଏଫ ଯବାନମାନେ ଏହି ଅଂଚଳରେ ସର୍ଚ୍ଚ ଅପରେସନ କରୁଥିଲେ । ଏହି ସମୟରେ ନକ୍ସଲମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାର ପ୍ରତିଜଵାବରେ ଯବାନମାନେ ମଧ୍ୟ ଗୁଳି ଚଳାଇଥିଲେ ।ଯେଉଁଥିରେ ଦୁଇ ଦୁର୍ଦ୍ଦାନ୍ତ ନକ୍ସଲ ନିହତ ହୋଇଥିଲେ | ତେବେ ଅନ୍ୟ ନକ୍ସଲମାନେ ସେହି ସ୍ଥାନ ଛାଡି ପଳାଇଥିଲେ | ଏସପିଙ୍କ ସୂଚନା ମୁତାବକ ଏହି ଦୁଇ ନକ୍ସଲଙ୍କୁ ପୁଲିସ ଅନେକ ଦିନ ଧରି ଖୋଜୁଥିଲା | ଏହି ଅଞ୍ଚଳରେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି |

Related posts

୫ ଜଣ କରୋନା ପଜିଟିଭ ଚିହ୍ନଟ: ଗ୍ରାମ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟଡାଉନ

mahabharatanews

ଅଜଣା ରୋଗରେ କବଳିତ ହୋଇ , ଦୀର୍ଘ ୭ ବର୍ଷ ଧରି ଜୀବନ ସହ କରୁଛି ସଂଘର୍ଷ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ବଳାଙ୍ଗୀର ଗସ୍ତ

mahabharatanews