ଓଡିଶା

ହାତୀ ଆକ୍ରମଣରେ ଯୁବକ ମୃତ

(ମହାଭାରତ, ସୁନ୍ଦରଗଡ): ସୁନ୍ଦରଗଡ ଜିଲ୍ଲା ଅଟୋମୁଣ୍ଡା ଗାଁରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତକ ଜଣକ ସେହି ଗାଁର ନରବାତ କୁଲୁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ବିଳମ୍ବିତ ରାତିରେ ହାତୀଟି ଗାଁରେ ପଶି ଲୋକଙ୍କ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲା । ଏଥିରେ ଭୟଭୀତ ହୋଇ ଗାଁଲୋକେ ଏକ ଆଶ୍ରୟସ୍ଥଳୀର ସାହାରା ନେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି ହାତୀଟିକୁ ଘଉଡାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ଏହି ସମୟରେ ଗାଁର ଯୁବକ କୁଲୁ ସେମାନଙ୍କୁ ସାହାଯ୍ୟ କରିବାକୁ ଯାଇ ହାତୀ ହାବୁଡରେ ପଡିଥିଲେ । ଫଳରେ ଉତ୍ତ୍ୟକ୍ତ ହାତୀଟି ତାଙ୍କୁ ଶୁଣ୍ଡରେ ଟେକି ତଳେ କଚାଡି ମାରି ଦେଇଥିଲା । ପରେ ଜଙ୍ଗଲ ଭିତରକୁ ଦୌଡି ପଳାଇଥିଲା ।

Related posts

ଗନ୍ଧମାର୍ଦ୍ଦନ କୁନେଇ ବିରୋଧୀ ଦଳ ଉପନେତାଙ୍କ ପ୍ରଶ୍ନ ; ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ

mahabharatanews

ରାଜ୍ୟରେ ଆଉ ୧୬ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ବାଲୁକା କଳା ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

mahabharatanews