ଭାରତ

ପରଲୋକରେ ସ୍ୱତନ୍ତ୍ର ସୁରକ୍ଷା ମୁଖ୍ୟ ଅରୁଣ କୁମାର ସିହ୍ନା

(ଦିଲ୍ଲୀ) : ପରଲୋକରେ ସ୍ୱତନ୍ତ୍ର ସୁରକ୍ଷା ମୁଖ୍ୟ ଅରୁଣ କୁମାର ସିହ୍ନା  । ଦେଶର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି)ର ମୁଖ୍ୟ ଅରୁଣ କୁମାର ସିହ୍ନାଙ୍କ ଦେହାନ୍ତ ହୋଥିବା ନେଇ ସୂଚନା ରହିଛି । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ବୁଧବାର ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସୂଚନା ଅନୁସାରେ, ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କର ଚିକିତ୍ସା ଜାରି ଥିଲା କିନ୍ତୁ କିଛି ଦିନ ହେବ ତାଙ୍କ ଅବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ସିହ୍ନା ଏପରି ଜଣେ ଅଧିକାରୀ ଥିଲେ ଯିଏ କୌଣସି କାର୍ଯ୍ୟର ଶ୍ରେୟ ନ ନେଇ ବହୁ ବଡ଼ ବଡ଼ ଏବଂ ଭଲ କାର୍ଯ୍ୟ କରିଥିଲେ ।

 

Related posts

୮୦୦ କୋଟି ଛୁଇଁଲା ବିଶ୍ବ ଜନସଂଖ୍ୟା

mahabharatanews

ଇନସୁଲିନ୍ ଯୋଗାଇବାକୁ କୋର୍ଟରେ ଆବେଦନ କଲେ କେଜ୍ରିୱାଲ

mahabharatanews

ବଦଳୁଛି ଯୌତୁକର ପରିଭାଷା: ସୁପ୍ରିମ କୋର୍ଟ

mahabharatanews