ଭାରତ

ପୂର୍ବତନ ବୈଦେଶିକ ମନ୍ତ୍ରୀ କେ.ନଟୱର ସିଂଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ନଟୱର ସିଂ। ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ୯୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଜଣେ ପ୍ରବୀଣ କୂଟନୀତିଜ୍ଞ ଓ ରାଜନେତା ଭାବେ ନଟୱର ସିଂଙ୍କର ପ୍ରସିଦ୍ଧି ଥିଲା। ୟୁପିଏ ଅମଳରେ ମନମୋହନ ସିଂଙ୍କ ସରକାରରେ ସେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୫୩ରେ ସେ ଭାରତୀୟ ସେବାରେ ଯୋଗଦେଇଥିଲେ। ୧୯୮୨ରୁ ୮୪ ଯାଏଁ ପାକିସ୍ତାନରେ ଭାରତର ହାଇକମିଶନର ଭାବେ କାର୍ଯ୍ୟ କରିଥିଲେ ନଟୱର ସିଂ। ତେବେ ୧୯୮୪ରେ ସେ ଏଥରୁ ସ୍ବେଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ। ସେହିବର୍ଷ ନିଜ ରାଜ୍ୟ ରାଜସ୍ଥାନର ଭରତପୁରରୁ ଲଢ଼ି ସାଂସଦ ହୋଇଥିଲେ। ରାଜୀବ ଗାନ୍ଧୀଙ୍କ ସରକାରରେ ସେ ପ୍ରଥମେ ଇସ୍ପାତ ମନ୍ତ୍ରୀ ହୋଇଥିଲେ ଓ ପରେ ୧୯୮୬ରେ ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ। ଜଣେ ଭଲ ଲେଖକ ଭାବେ ମଧ୍ୟ ତାଙ୍କର ପରିଚୟ ରହିଛି। ତାଙ୍କର ଆତ୍ମଜୀବନୀ ‘ୱାନ ଲାଇଫ ଇଜ୍ ନଟ୍ ଏନଫ’ ୨୦୧୪ରେ ପ୍ରକାଶିତ ହୋଇଥିଲା।

Related posts

ଚନ୍ଦ୍ରାୟଣ -୩ : ଟ୍ୱିଟ୍ ଯୋଗେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 

mahabharatanews

ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

mahabharatanews

ମିଳିଲା ଅନୁମତି ,୬ରୁ ୧୨ ବର୍ଷର ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

mahabharatanews