ଓଡିଶା

ଅନିଦ୍ରା ମହାବାହୁ; ହୋଇପାରିଲାନି ରାତ୍ର ପହୁଡ଼ ନୀତି

(ପୁରୀ) :  ରାତି ଅନିଦ୍ରା ରହିଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ହୋଇପାରିନି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି । ଫଳରେ ମହାପ୍ରଭୁ ଶ୍ରୀଜଗନ୍ନାଥ ରାତି ଅନିଦ୍ରାରେ ରହିଛନ୍ତି । ବିନା ରାତ୍ରପହୁଡ଼ ନୀତିରେ ଚାଲିଛି ମହାପ୍ରଭୁଙ୍କ ଦର୍ଶନ । ଗତକାଲି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ରାତ୍ର ଶେଷ ପ୍ରହର ଯାଏଁ ପାଳନ ଚାଲିଥିଲା । ଯାହା ଫଳରେ ଶ୍ରୀଜିଉମାନଙ୍କ ରାତ୍ରପହୁଡ଼ ନୀତି ହୋଇପାରିନାହିଁ ।

ସୂଚନାନୁଯାୟୀ , ତେବେ ବିନା ରାତ୍ରପହୁଡ଼ ନୀତିରେ ଆଜି ମହାପ୍ରଭୁଙ୍କ ଦର୍ଶନ ଚାଲିଛି । ତେବେ ଆଜି ସକାଳ ପ୍ରାୟ ଆଠଟା ସମୟରେ ମହାପ୍ରଭୁଙ୍କ ମଙ୍ଗଳଆଳତି ନୀତି ସଂପନ୍ନ ହୋଇଥିଲା। ପରେ ମହାପ୍ରଭୁଙ୍କ ଅବକାଶ ନୀତି କରାଯାଇଥିଲା଼ ପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତିକାନ୍ତି ଚାଲିଛି । କୃଷ୍ଣ ଜନ୍ମ ସରିବା ପରେ ମହାପ୍ରଭୁଙ୍କର ୫ ଦିନ ବେଶ ଚାଲିବ । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ଠାରୁ କଂସ ବଦ୍ଧ ପର୍ଯ୍ୟନ୍ତ ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।

Related posts

ଆଉ ୨ ମାସ ରହିବ ସଂକ୍ରମଣ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ନଦୀରେ ବୁଡି ୨ ନାବାଳିକାଙ୍କ ମୃତ୍ୟୁ

mahabharatanews

ସରକାରୀ ପାଣ୍ଠିର ଅପବ୍ୟବହାର କରି ବନ୍ଧା ହେଲେ କନିଷ୍ଠ ଯନ୍ତ୍ରୀ

mahabharatanews