ଓଡିଶା

ବନ୍ୟା ଆଶଙ୍କା;  ବିପଦ ସଙ୍କେତରେ ଜଳକା ନଦୀ

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି  ଜଳକା ନଦୀ । ଫଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ତିନି ଦିନର ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ । ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ରହିଥିବା ବେଳେ ଗତକାଲି ଅପରାହ୍ନ ୩ଟା ସୁଦ୍ଧା ଜଳସ୍ତର ୬.୨୧ ମାଟିରରେ ପ୍ରବାହିତ ହେଉଥିଲା ବନ୍ୟା ପାଣି ।

ସୂଚନାନୁଯାୟୀ , ବର୍ଷା ଲାଗି ରହିଥିବାରୁ ବନ୍ୟା ଆଶଙ୍କା କରାଯାଉଛି । ନଦୀର ଜଳସ୍ତର ବୃଦ୍ଧି ପାଉଛି । ତେଣୁ ଜିଲ୍ଲାରେ ପ୍ରବାହିତ ହେଉଥିବା ବିଭିନ୍ନ ନଦୀରେ ବି ଆଗକୁ ବନ୍ୟା ଆଶଙ୍କା ଅଛି । ତଳିଆ ଅଂଚଳରେ ଲୋକଙ୍କ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।  ତେବେ ଆଜିଠାରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବା ସମ୍ଭାବନା ଥିବାବେଳେ, ୧୨ ତାରିଖ ଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବ ।

Related posts

ଘରୋଇ ସ୍କୁଲ ଫି: ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ବିଭାଗ ନିଷ୍ପତ୍ତି ନେବ

mahabharatanews

ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

mahabharatanews

ଏହି ୩ ଜିଲ୍ଲାକୁ ଗଡିବ ‘ଲକ୍ଷ୍ମୀ’ ବସ୍

mahabharatanews