ଓଡିଶା

ପରଲୋକରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ

(ଭୁବନେଶ୍ୱର) : ପରଲୋକରେ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଟାଲ ନିବାସୀ ମହେନ୍ଦ୍ର ବଢ଼େଇ । ଗୁରୁବାର ପ୍ରାୟ ରାତି ୧୦ଟା ବେଳେ ଭୁବନେଶ୍ବରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ପରଲୋକ ଘଟିଛି। ଦୁଇ ଦିନ ତଳେ ହୃଦ୍‌ଘାତଜନିତ ସମସ୍ୟା କାରଣରୁ ସେ ଚିକିତ୍ସାଧୀନ ଥିଲେ।

ସୂଚନାନୁଯାୟୀ , ଗୁରୁବାର ତାଙ୍କ ହୃଦ୍‌ପିଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସୁଧୁରୁଥିବା ବେଳେ ଅଚାନକ ରାତିରେ ବିଗିଡ଼ି ଯାଇଥିଲା। ଶେଷରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସ୍ବର୍ଗତ ବଢ଼େଇ ତାଙ୍କ ପଛରେ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅଙ୍କୁ ଛାଡ଼ି ଯାଇଛନ୍ତି।  ପ୍ରଶାସନିକ ଅଧିକାରୀ ଭାବେ ଶେଷଥର ପାଇଁ ନୂଆପଡ଼ା ଜିଲ୍ଲାର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ।

Related posts

ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୩; ସ୍ୱତନ୍ତ୍ର ପ୍ରସ୍ତୁତିରେ ଓଡିଶା

mahabharatanews

ଜାତୀୟ ସମ୍ବିଧାନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି

mahabharatanews

ବଣାଇରେ ୪ ଘରୁ ସିରିଜ ଲୁଟ୍

mahabharatanews