ଭାରତ

ଭାରତକୁ ଫେରିଆସିବ ଛତ୍ରପତି ଶିବାଜୀଙ୍କ ‘ବାଘନଖ’

(ଦିଲ୍ଲୀ) : ଭାରତକୁ ଫେରିଆସିବ  ୧୬୫୯ରେ ଛତ୍ରପତି ଶିବାଜୀ ଯେଉଁ ‘ବାଘନଖ’ ନାମକ ଅସ୍ତ୍ରରେ ବିଜାପୁର ସୁଲ୍‌ତାନ୍‌ଙ୍କ ସେନାପତି ଅଫ୍‌ଜଲ୍‌ ଖାଁଙ୍କୁ ହତ୍ୟା କରିଥିଲେ ।ଫେରାଇବାକୁ ଇଂଲଣ୍ଡ୍‌ ରାଜି ହୋଇଥିବା କଥା କେନ୍ଦ୍ର ସଂସ୍କୃତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଧୀର ମୁଙ୍ଗାନ୍ତିୱାର୍‌ ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ,  ନିମନ୍ତେ ଔପଚାରିକ ବୁଝାମଣା ପତ୍ରରେ ସ୍ବାକ୍ଷର କରିବା ଲାଗି କେନ୍ଦ୍ର ସଂସ୍କୃତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁଧୀର ମୁଙ୍ଗାନ୍ତିୱାର୍‌ ଚଳିତ ମାସରେ ଇଂଲଣ୍ଡ୍‌ ଗସ୍ତ କରିବେ।

ମୁଙ୍ଗାନ୍ତିୱାର୍‌ କହିଛନ୍ତି, ଯଦି ସବୁ କଥା ଯୋଜନା ମୁତାବକ ଚାଲେ ତେବେ ପ୍ରସିଦ୍ଧ ‘ବାଘନଖ’ ଚଳିତ ବର୍ଷ ସ୍ବଦେଶ ଫେରିବ। ଛତ୍ରପତି ଶିବାଜୀ ମହାରାଜଙ୍କ ‘ବାଘନଖ’ ଫେରାଇବାକୁ ରାଜି ଦର୍ଶାଇ ଇଂଲଣ୍ଡ୍‌ର ସରକାରୀ କର୍ତ୍ତୃପକ୍ଷମାନ ପଠାଇଥିବା ଖଣ୍ଡେ ଚିଠି ଆମେ ପାଇଛୁ। ହିନ୍ଦୁ ପଞ୍ଜିକା ଅନୁସାରେ, ଯେଉଁ ଦିନ ଶିବାଜୀ ଅଫ୍‌ଜଲ୍‌ ଖାଁଙ୍କୁ ହତ୍ୟା କରିଥିଲେ ତା’ର ବାର୍ଷିକୀରେ ଆମେ ଉକ୍ତ ‘ବାଘନଖ’ଟିକୁ ଫେରସ୍ତ ପାଇପାରୁ।

Related posts

ଦେଶରେ କମୁଛି ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା

mahabharatanews

ତେଜସ୍ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶଙ୍କର ଆଜି ସମ୍ପନ୍ନ ହେବ ଶେଷକୃତ୍ୟ

mahabharatanews

ଜନସଂଖ୍ୟା ବୃଦ୍ଧିରେ ଚାଇନାକୁ ପଛରେ ପକାଇ ଏକ ନମ୍ବରରେ ଭାରତ

mahabharatanews