ଖେଳଭାରତ

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି ୨୦ ମ୍ୟାଚ ରେ କ୍ୟାପଟେନ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା

ଭାରତ : ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି ୨୦ ମ୍ୟାଚ ରେ କ୍ୟାପଟେନ୍ ହେବେ ହାର୍ଦ୍ଦିକ ପାଣ୍ଡ୍ୟା । ନିକଟରେ ଆୟରଲ୍ୟାଣ୍ଡରେ ଅନୁଷ୍ଠିତ ଟି – ୨୦ ମ୍ୟାଚ୍ ସିରିଜରେ ଭାରତୀୟ କ୍ରିକେଟ ଦଳ ବଡ଼ ସଫଳତା ହସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ଵରେ ପ୍ରଥମ ଥର ଖେଳିଥିବା ଦଳ ପ୍ରଥମ ଥର ଜିତିଥିବା ବେଳେ ଦ୍ଵିତୀୟ ମ୍ୟାଚରେ ସେମାନେ ଶେଷ ଓଭରରେ ରୋମାଞ୍ଚକ ପଦର୍ଶନି ଦେଖାଇ ୨-୦ ରେ ସିରିଜ ଜିତିଥିଲେ। ତେବେ ଇଂଲଣ୍ଡ ଗସ୍ତରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କେବଳ ଆୟାରଲ୍ୟାଣ୍ଡ ପାଇଁ ମନୋନୀତ ଦଳ ଖେଳିବ।

ଇଂଲଣ୍ଡ ଗସ୍ତରେ ଭାରତ ଦଳକୁ ପ୍ରଥମେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ, ଏହା ପରେ ସମାନ ସଂଖ୍ୟକ ODI ରେ ତିନିଟି ଟି – ୨୦ ଏବଂ ‘ୱାନ ଡେ’ ରେ ଦୁଇ ଦୁଇ ହାତ ଖେଳିବାକୁ ପଡ଼ିବ। ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଜୁଲାଇ ୫ ରେ ସରିବ ଓ ପ୍ରଥମ ଟି -୨୦ ମ୍ୟାଚ୍ ୭ ଜୁଲାଇରେ ଅନୁଷ୍ଠିତ ହେବ। ତେଣୁ ଆୟାରଲ୍ୟାଣ୍ଡ ବିପକ୍ଷରେ ଟି -୨୦ ମ୍ୟାଚ୍ ଖେଳିବାକୁ ଥିବା ଟିମ୍ ପ୍ରଥମ ଟି -୨୦ ଖେଳିବ। ଟେଷ୍ଟ ମ୍ୟାଚ ପରେ ୩ ଟି ମ୍ୟାଚ୍ ର ଟି -୨୦ ସିରିଜ୍ ଖେଳା ଯିବ।ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଆୟାରଲ୍ୟାଣ୍ଡ ବିପକ୍ଷରେ ଟି -୨୦ ଖେଳିବାକୁ ମନୋନୀତ ହୋଇଥିବା ଦଳ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟି -୨୦ ମ୍ୟାଚ୍ ପର୍ଯ୍ୟନ୍ତ ସମାନ ରହିବ।

ତେବେ ଆୟାରଲ୍ୟାଣ୍ଡ ଯାଇଥିବା ଟିମ୍ ମଧ୍ୟରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଇଶାନ କିଶନ, ଋତୁରାଜ ଗାଇକୱାଡ, ସଞ୍ଜୁ ସାମସନ, ସୂର୍ଯ୍ୟ କୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଡ଼ା, ରାହୁଲ୍ ତ୍ରିପାଠୀ, ଦୀନେଶ କାର୍ତ୍ତିକ, ଜୁବେନ୍ଦ୍ର ସିଂ ଚୌହଲ, ଅକ୍ଷର ପଟେଲ୍, ରବି ବିଶ୍ନୋଇ, ହର୍ଷଲ୍ ପଟେଲ୍, ଆୱେଶ ଖାନ୍, ଅର୍ଶଦୀପ ସିଂ ଓ ଉମ୍ରାନ ମଲିକ୍।

Related posts

୨୦୨୪ ସାଧାରଣ ନିର୍ବାଚନ ଲାଗି ବିଜେପିର ପ୍ରସ୍ତୁତି 

mahabharatanews

୯୫ ବର୍ଷ ବୟସରେ ପ୍ରକାଶ ସିଂ ବାଦଲଙ୍କ ପରଲୋକ ହୋଇଛି

mahabharatanews

କଡ଼ାକଡ଼ି ହେବ ଚେନ୍ନାଇ ଏବଂ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍

mahabharatanews