ଓଡିଶା

୧୨ରୁ ପ୍ରଚଣ୍ଡ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା

(ଭୁବନେଶ୍ୱର):   ୧୧ରୁ ପୁଣି ଆରମ୍ଭ ହେବ ବର୍ଷା । ଏହା ପରେ ୧୨ ତାରିଖରୁ ବଢିବା ନେଇ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ କେନ୍ଦ୍ର । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଏ ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ସୂଚନାନୁଯାୟୀ , ସେପ୍ଟେମ୍ବର ଆରମ୍ଭରୁ ବର୍ଷା ଲାଗି ରହିଥିଲା । ରାଜ୍ୟର ଅନେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସମେତ ପ୍ରବଳ ବର୍ଷା ହୋଇଥିଲା । ଆଜି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ବରଗଡ, ନୂଆପଡା, ବଲାଙ୍ଗିର ଏବଂ ସୋନପୁରକୁ ସତର୍କତା ଜାରି କରାଯାଇଛି । ଏହା ପରେ ୧୦  ତାରିଖରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ନୟାଗଡ ସମେତ ୨୦ଟି ଜିଲ୍ଲାରେ ପ୍ରଚଣ୍ଡ ବିଜୁଳି ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

Related posts

ରାଜ୍ୟରେ ମଧ୍ୟମଧରଣ ବର୍ଷା ସମ୍ଭାବନା 

mahabharatanews

ରାତି ପାଟ୍ରୋଲିଂ ବେଳେ ବନ କର୍ମଚାରୀଙ୍କ କ୍ୟାମେରାରେ କଏଦ ହେଲା ରାତିରେ ବୁଲୁଥିବା ହାତୀ ଶାବକ

mahabharatanews

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ; ମୃତୟନ ହେବେ ୧୨୫ ସିଏପିଏଫ୍ କମ୍ପାନୀ

mahabharatanews