ଓଡିଶା

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଡେଙ୍ଗୁ

(ଭୁବନେଶ୍ୱର) : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା  । ଏହି କ୍ରମରେ ଡେଙ୍ଗୁରେ ପୀଡିତ ହୋଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ ସୂଚନା ମିଳିଛି ।

ସୂଚନାନୁଯାୟୀ , ସାରା ରାଜ୍ୟରେ ଡେଙ୍ଗୁର ପ୍ରକୋପ ଜାରି ରହିଛି । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଓ କଟକରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଡେଙ୍ଗୁ ରୋକିବାକୁ ବିଏମ୍‌ସି ପକ୍ଷରୁ ଜାରି ରହିଛି ପ୍ରୟାସ । ତଥାପି ଲୋକେ ଡେଙ୍ଗୁ କବଳରେ ଶିକାର ହେଉଛନ୍ତି । ସେପଟେ କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ଗହଳିକୁ ଏଡ଼ାଇବାକୁ ପଟିଆ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର (CHC) ଓ ଆଇଆରସି ଭିଲେଜ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ରେ ଡେଙ୍ଗୁ ଟେଷ୍ଟିଂ ବ୍ୟବସ୍ଥା ହୋଇଛି ।

Related posts

ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

mahabharatanews

ରାଜ୍ୟରେ ମଧ୍ୟମଧରଣ ବର୍ଷା ସମ୍ଭାବନା 

mahabharatanews

ସଡକ ଦୁର୍ଘଟଣାରେ ଜଣେ ମୃତ

mahabharatanews