ମନୋରଞ୍ଜନ

ଗିରଫ ହେବେ ଜରିନ ଖାନ 

(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି l  ଏକ ଠକେଇ ମାମଲାରେ ରବିବାର ଦିନ କୋଲକାତାର ଏକ କୋର୍ଟ ଏହି ନିର୍ଦେଶ ଦେଇଛନ୍ତି । ତାଙ୍କ ବିରୋଧରେ ୨୦୧୮ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ତଦନ୍ତକାରୀ ଅଧିକାରୀ ଅଭିନେତ୍ରୀଙ୍କ ବିରୋଧରେ କୋଲକାତାର ସିଲଦା କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲେ।

ସୂଚନାନୁଯାୟୀ , ଏହି ମାମଲାଟି ୫ ବର୍ଷ ପୁରୁଣା ଅର୍ଥାତ୍ ୨୦୧୮ର କାଳୀ ପୂଜା ସମୟର ବୋଲି କୁହାଯାଉଛି। କୋଲକାତାର ନାର୍କେଲଡଙ୍ଗାଠାରେ ଜରିନ ଖାନଙ୍କ ବିରୋଧରେ ପୁଲିସ ଅଭିଯୋଗ ଦାୟର କରାଯାଇଥିଲା। ଏହା ପରେ ଜରିନ ଖାନଙ୍କ ବିରୋଧରେ ସିଅଲଦା କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ତେବେ ଜରିନ ଖାନ ଜାମିନ ଆବେଦନ କରିନାହାଁନ୍ତି କିମ୍ବା କୋର୍ଟରେ ହାଜର ହୋଇନାହାଁନ୍ତି। ବାରମ୍ବାର ଅନୁପସ୍ଥିତି ପରେ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି।

Related posts

ପ୍ରଶଂସା ସାଉଁଟୁଛି କ୍ୟାଟ୍ରିନା କୈଫଙ୍କର ଆକ୍ସନ୍ ଲୁକ 

mahabharatanews

ଦହାଡ଼୍ ପାଇଁ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା 

mahabharatanews

ଫିଲ୍ମ ‘ଆନିମଲ’ରେ ରଣବୀରଙ୍କ ଲୁକ ଦେଖି ଅବାକ ଦର୍ଶକ

mahabharatanews