ମନୋରଞ୍ଜନ

ଅଭିନେତ୍ରୀଙ୍କ ପାଇଁ ଆର୍ଥିକ ସହାୟତା ମାଗିଲେ ପରିବାର

(ମୁମ୍ବାଇ) : ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ତାମିଲ-ମଲୟାଲମ ଅଭିନେତ୍ରୀ ଅରୁନ୍ଧତୀ ନାୟରଙ୍କ ଘର ଲୋକେ ମାଗିଲେ ଆର୍ଥିକ ସହାୟତା । ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଏବେ ‌ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାଇ ତାଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇବାକୁ ଅନୁରୋଧ କରିଛନ୍ତି ଅରୁନ୍ଧତୀଙ୍କ ବନ୍ଧୁ ତଥା ଅଭିନେତ୍ରୀ ରେମ୍ୟା ‌ଜୋସେଫ।

ତାଙ୍କ ସାଙ୍ଗ କହିଛନ୍ତି ଯେ ,” ମୁଁ ଜାଣିଛି ଏହା ବାଧ୍ୟତାମୂଳକ ନୁହେଁ। ସହାୟତ‌ା ତ ଦୂରର କଥା କିନ୍ତୁ ଏହା ଭଲ ହୋଇଥାନ୍ତା ଯଦି କେହି ଫୋନ୍ କରି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରିଥାନ୍ତେ। ଅରୁନ୍ଧତୀ ଏକାକୀ ତାଙ୍କ ପରିବାର ଚଳାଉଥିଲେ। ଏବେ ତାଙ୍କର ଏଭଳି ଅବସ୍ଥା ହେବା ପରେ ପରିବାର ପାଖରେ ଅସ୍ତ୍ରୋପଚାର ପାଇଁ ଟଙ୍କା ନାହିଁ। ତେଣୁ ସେମାନେ ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଛନ୍ତି।”

Related posts

ହନି ସିଂ ଏବଂ ଟିନା ଥଡାନୀଙ୍କ ବ୍ରେକଅପ

mahabharatanews

ସର୍ଜରୀ ସାରି ଭାରତ ଫେରିଲେ ସୁପରଷ୍ଟାର ପ୍ରଭାସ

mahabharatanews

ଆସୁଛି ଲୋକପ୍ରିୟ ଟିଭି ଶୋ ଶାର୍କ ଟ୍ୟାଙ୍କ ଇଣ୍ଡିଆର ତୃତୀୟ ସିଜିନ

mahabharatanews