ଓଡିଶା

ଆସନ୍ତାକାଲି ନୂଆଖାଇ, ପ୍ରସ୍ତୁତି ଆରମ୍ଭ  

(ସମ୍ବଲପୁର) : ଆସନ୍ତାକାଲି ନୂଆଖାଇ ପର୍ବ  । ଏଥିପାଇଁ ଦୁଇଟି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଛୁଟି ଘୋଷଣା କରାଯାଇଛି । ପଶ୍ଚିମ ଓଡ଼ିଶାର ୨ ଜିଲ୍ଲାରେ ଛୁଟି ଘୋଷଣା ହୋଇଛି । ସମ୍ବଲପୁର, ବରଗଡ଼ ଜିଲ୍ଲାରେ ୨୧ ତାରିଖ ଛୁଟି ଘୋଷଣା ହୋଇଛି । ସେହିପରି ସୁନ୍ଦରଗଡ଼ ଉପଖଣ୍ଡରେ ମଧ୍ୟ ୨୧ ତାରିଖ ଛୁଟି ଘୋଷଣା ହୋଇଛି ।

ସୂଚନାନୁଯାୟୀ , ପୂର୍ବରୁ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ଝାରସୁଗୁଡ଼ା ଛୁଟି ଘୋଷଣା ହୋଇଛି । ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ପାଇଁ ଚଳିତବର୍ଷ ସେପ୍ଟେମ୍ୱର ୨୦ ତାରିଖରେ ନୂଆଖାଇ ପାଇଁ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରିଥିଲେ। ଏହି ଘୋଷଣା ପରେ ଦୁଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Related posts

ପାପର ପ୍ରାୟଶ୍ଚିତ: ନିଜ ବେକ କାଟି ବୃଦ୍ଧଙ୍କ ମୃତ୍ୟୁ

mahabharatanews

ଲଗାଣ ବର୍ଷାରେ ବେହାଲ ଚିକେନ ଓ ମଟନ ମାର୍କେଟ…

mahabharatanews

ବାଲୁକାକଳା ମାଧ୍ୟମରେ ତମାଖୁ ବର୍ଜନ ବାର୍ତ୍ତା

mahabharatanews