ଓଡିଶା

ଆସିଲା JEE Main ଏବଂ NEET ପରୀକ୍ଷା ତାରିଖ 

(ଭୁବନେଶ୍ୱର) :  ୨୦୨୪ ମସିହାରେ ହେବାକୁ ଥିବା ଦେଶର ପ୍ରମୁଖ ପରୀକ୍ଷାର ତାରିଖ ପ୍ରକାଶ କରିଛି।  ଜାନୁଆରୀ-ଫେବୃଆରୀ ୨୦୨୪ରେ JEE ମୁଖ୍ୟ ପରୀକ୍ଷା ଅଧିବେଶନ -୧ , ଏପ୍ରିଲ ୨୦୨୪ରେ ଅଧିବେଶନ -୨ , NEET UG ଏବଂ CUET UG ପରୀକ୍ଷା ମେ ୨୦୨୪ରେ ଅନୁଷ୍ଠିତ ହେବ ।

ସୂଚନାନୁଯାୟୀ , NTA ପରୀକ୍ଷା କ୍ୟାଲେଣ୍ଡର ଅନୁଯାୟୀ, JEE Main ୨୦୨୪  ପରୀକ୍ଷା ଦୁଇଟି ଅଧିବେଶନରେ ଅନୁଷ୍ଠିତ ହେବ । ସବୁଠାରୁ ବଡ ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET UG ୨୦୨୪ ମେ 5ରେ ହେବା ବୋଲି ଘୋଷଣା କରାଯାଇଛି । ଶେଷ ପରୀକ୍ଷାର ତିନି ସପ୍ତାହ ମଧ୍ୟରେ ଫଳାଫଳ ଘୋଷଣା କରାଯିବ । ମିଳିତ ପ୍ରବେଶିକା ପରୀକ୍ଷା (JEE) ମୁଖ୍ୟ ପରୀକ୍ଷା ୨୦୨୪ରେ ଦୁଇଟି ଅଧିବେଶନରେ ଅନୁଷ୍ଠିତ ହେବ । JEE Main ୨୦୨୪ର ପ୍ରଥମ ଅଧିବେଶନ ଜାନୁଆରୀରେ ଏବଂ ଦ୍ୱିତୀୟଟି ଏପ୍ରିଲରେ ଅନୁଷ୍ଠିତ ହେବ । ଏହା ପରେ, ମେ ୫ରେ ପେନ୍ ଏବଂ ପେପର୍ ମୋଡରେ ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା ଅର୍ଥାତ୍ NEET UG ୨୦୨୪  ଅନୁଷ୍ଠିତ ହେବ ।

Related posts

ପ୍ରଚଣ୍ଡ ଖରା; ସ୍କୁଲରେ ୬ରୁ ପାଠପଢ଼ା ଆରମ୍ଭ 

mahabharatanews

ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରାକୁ ମିଳିଲାନି ଜାତୀୟ ମାନ୍ୟତା

mahabharatanews

ଦୂତି ଆଣିଲେ ସରସ୍ୱତୀଙ୍କ ନାମରେ ସଙ୍ଗୀନ ଅଭିଯୋଗ

mahabharatanews