ଓଡିଶା

୩ ମତ୍ସ୍ୟଜୀବୀଙ୍କ ମିଳୁନି ପତ୍ତା

(ପାରାଦୀପ) : ଏଯାଏଁ ନିଖୋଜ ଅଛନ୍ତି ୩ ମତ୍ସ୍ୟଜୀବୀ । ପାରାଦୀପ ମୁହାଣ ମୁହଁରେ ଡଙ୍ଗା ବୁଡିବା ଘଟଣାରେ ନିଖୋଜ ୩ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇନାହିଁ । କୋଷ୍ଟଗାର୍ଡ ହେଲିକପ୍ଟର ଦ୍ୱାରା ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ହେଲେ ଏଯାଏଁ କିଛି ତଥ୍ୟ ମିଳିନାହିଁ ।

ସୂଚନାନୁଯାୟୀ, ମତ୍ସ୍ୟଜୀବୀମାନେ ମାଛଧରି ଫେରୁଥିବାବେଳେ ମୁହାଣରେ ଡଙ୍ଗା ଓଲଟି ପଡିଥିଲା । ମୁହାଣରେ ବୋଟ୍ ଓଲଟି ପଡିବାରୁ ୮ଜଣ ମତ୍ସ୍ୟଜୀବୀ ବୁଡ଼ିଗଲେ । ସେଥିରୁ ୫ ଜଣ ଉଦ୍ଧାର ହୋଇଛନ୍ତି । ଅନ୍ୟ ୩ ଜଣଙ୍କୁ ହେଲିକପ୍ଟର ଦ୍ୱାରା ଖୋଜା ଚାଲିଛି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଆଜି ପୁଣି ଆରମ୍ଭ ହୋଇଛି ଅପରେସନ୍ । ପାରାଦୀପ ନେହେରୁ ବଙ୍ଗଳା ସମୁଦ୍ର ମୁହାଣ ନିକଟରେ ବାସୁଲେଇ-୨ ମାଛ ଧରା ବୋଟ ବୁଡିଯାଇଥିଲା । ପାରାଦୀପରେ ମହାନଦୀ ମୁହାଣରେ ଡଙ୍ଗାବୁଡ଼ି ଘଟଣାରେ ଜାରି ରହିଛି ସର୍ଚ୍ଚ ଅପରେସନ । ଏବେ ବି ୩ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ଏ ସମ୍ପର୍କରେ କୌଣସି ସୂଚନା ମିଳିପାରିନି ।

Related posts

କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଇଁ ଅନୁମୋଦିତ ଟଙ୍କା ହରିଲୁଟ ଅଭିଯୋଗ

mahabharatanews

୨୦୦ ଶିଳ୍ପ ପ୍ରତିନିଧିଙ୍କୁ ଭେଟି ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ

mahabharatanews

ଆଜି ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ

mahabharatanews