ଓଡିଶା

ପ୍ରେମିକାକୁ ପାଇବା ପାଇଁ ପ୍ରେମିକ ସାଜିଲା ଛୁଆ ଚୋର…

ପିଲା ଚୋରକୁ ଖୁଣ୍ଟରେ ବାନ୍ଧି ପୁଲିସ ଜିମା ଦେଲେ ଗାଁ ଲୋକ | ଏପରି ଏକ ଘଟଣା ଘଟିଛି ମୋଟୁ ଥାନା ଅନ୍ତର୍ଗତ ଏମଭି ୧୧୪ ଗ୍ରାମରେ | ଖବର ପାଇ ମୋଟୁ ପୁଲିସ ଘଟଣାସ୍ଥଳରେ ପହଁଚି ଅଭିଯୁକ୍ତ ଯୁବକକୁ ଉଦ୍ଧାର କରି ଥାନାକୁ ନେଇଥିବା ସୂଚନା ମିକିଛି | ଏମଭି ୬୦ ଗ୍ରାମର ସୁବ୍ରତ ମଣ୍ଡଳ ନାମକ ଯୁବକ ଏମଭି ୧୧୪ ଗ୍ରାମର ଜଣେ ମହିଳାଙ୍କୁ ଭଲ ପାଉଥିଲା | ମହିଳା ଓ ଅଭିଯୁକ୍ତ ଜଣକ ଆନ୍ଧ୍ରରେ କାମ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା | କିଛି ଦିନ ହେଲା ମହିଳା ଜଣକ ନିଜ ଗ୍ରାମକୁ ଆସିବାପରେ ଯୁବକ ସହିତ ଆଉ ଯୋଗାଯୋଗରେ ନଥିଲେ | ତେବେ ମହିଳାଙ୍କ ଛୁଆକୁ ଅପହରଣ କରି ନେଇଗଲେ ମହିଳା ଜଣଙ୍କ ଆପେ ଆପେ ତାଙ୍କ ପାଖକୁ ଆସିଯିବ ଭାବି ସୁବ୍ରତ ଏମଭି ୧୧୪ ଗ୍ରାମକୁ ଆସି ମହିଳାଙ୍କ ଛୁଆ ବଦଳରେ ପଡ଼ୋଶୀ ଘରର ଜଣେ ଛୁଆକୁ ଅପହରଣ କରି ନେଇଯାଇଥିଲା | ତେବେ ଗ୍ରାମବାସୀ ଏହା ଜାଣି ପାରି ଚୋରର ପିଛା କରି ଗାଁ ନିକଟରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ବାନ୍ଧି ପୁଲିସକୁ ଖବର ଦେଇଥିଲେ | ମୋଟୁ ପୁଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ କରୁଥିବାର ସୂଚନା ମିଳିଛି|

Related posts

ଦେଶୀ ମଦ ଭାଟି ଠାବ କରି ଭାଙ୍ଗିଲେ ସ୍ୱତନ୍ତ୍ର ସ୍କ୍ୱାଡ୍

mahabharatanews

କାଲିଠୁ ୪ ଦିନ ପର୍ଯ୍ୟନ୍ତ ବ୍ରହ୍ମପୁର ସଟଡାଉନ

mahabharatanews

ଶିଶୁଭବନରେ କରୋନା ଚିହ୍ନଟ ପରେ ଆଉଟଡୋର ବନ୍ଦ

mahabharatanews