ଓଡିଶା

ଜରିପଡା ଉତ୍କଳ ଭଉଁରୀ ଯାତ୍ରା ମହାସମାରୋହରେ ଅନୁଷ୍ଠିତ

ପବିତ୍ର ଉତ୍କଳ ଭଉଁରୀ ଯାତ୍ରା ସାରା ଓଡ଼ିଶାର କୋଣ ଅନୁକୋଣରେ ପାଳିତ ହୋଇଆସୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡା ସ୍ଥିତ ଶ୍ରୀ ଶ୍ରୀ କେଦାରେଶ୍ୱର ଦେବଙ୍କ ପୀଠରେ ଏହି ମହାନ ପାରମ୍ପରିକ ଉତ୍କଳ ଭଉଁରୀ ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହେଉଥିବା ଜଣାଯାଏ । ଚଉଦ ପାଟଣା ସଂହତି ସଭା ସହଯୋଗରେ ଅନୁଷ୍ଠିତ ହୋଇ ଆସୁଥିବା ଏହି ଉତ୍କଳ ଭଉଁରୀ ଯାତ୍ରା ରେ ସ୍ଥାନୀୟ ମହାଦେବ ଶ୍ରୀ ଶ୍ରୀ କେଦାରେଶ୍ୱର ଦେବଙ୍କ ବିଜେ ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ଆଣି ସ୍ଥାନୀୟ ପୁଷ୍କରିଣୀ ରେ ଉଦ୍ଦିଷ୍ଟ ଡଙ୍ଗାରେ ଉପବେଷ କରାଇ ୨୧ ଥର ପରିକ୍ରମା କରାଯାଇ ଯାଚ୍ରା ପଡ଼ିଆରେ ଥିବା ମଣ୍ଡପରେ ବିରାଜମାନ କରିଥିଲେ।

ଉପସ୍ଥିତିଶହ ଶହ ଭକ୍ତଙ୍କ ହରିବୋଲ ହୁଳହୁଳି ଧ୍ବନିରେ ଯାତ୍ରା ପଡିଆ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଯାତ୍ରା ପଡିଆରେ ବିଭିନ୍ନ ଦୋକାନ ବଜାର ଖୋଲିଥିବା ବେଳେ ଅନେକ ରଙ୍ଗ ବେରଙ୍ଗ ଫସରା ଖୋଲିଥିବା ଦେଖିବାକୁ ମିଳିଥିଲା। ଏହି ଭଉଁରୀ ଯାତ୍ରା ୩ ଦିନ ଧରି ଅନୁଷ୍ଠିତ ହେଉଥିବା ଜଣାଯାଏ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Related posts

ବଢିବ ତାତି 

mahabharatanews

ଓମିକ୍ରନ ପରିଚାଳନା ପାଇଁ ଆମେ ପ୍ରସ୍ତୁତ: ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews

ବଢିବ ଶୀତ; ଭୁବନେଶ୍ବର ତାପମାତ୍ରାରେ ୧୯.୭ ଡିଗ୍ରି ରେକର୍ଡ 

mahabharatanews