bharatଓଡିଶାଦେଶ ବିଦେଶ

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ ପରେ ଏଥର ପେଟ୍ରୋଲ ପମ୍ପରେ ଲିମିଟ୍‌ରେ ମିଳିବ ତେଲ ।

ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧର ପ୍ରଭାବ ପାଇଁ ଏବେ ଚାରିଆଡେ ପେଟ୍ରୋଲ ଓ ଡିଜେଲର ନିଅଣ୍ଟିଆ ସ୍ଥିତି । ପରିସ୍ଥିତି ଏମିତି ହେଲାଣି ଯେ ଲୋକଙ୍କ ମଧ୍ୟରେ ପେଟ୍ରୋର ଓ ଡିଜେଲକୁ କୋକୁଆ ଭୟ ଖେଳିଗଲାଣି । ଏମିତିକି ଟାଙ୍କିରେ ତେଲ ନଥିବାରୁ ଟାଙ୍କି ବନ୍ଦ ହେବା ସ୍ଥିତି ଆସିଲାଣି । ତେଲ ନପାଇ ଗାଡ଼ି ଚାଳକ ଏକାଧିକ ପେଟ୍ରୋଲ୍ ପମ୍ପକୁ ଘୁରି ବୁଲି ହନ୍ତସନ୍ତ ହୋଇଛନ୍ତି । ଏହାରି ଭିତରେ ପେଟ୍ରୋଲ ଟାଙ୍କିରେ ତେଲ ଦେବା ଉପରେ କଟକଣା ଲାଗିଛି । ଆଉ ସେହି ନିଅମ ଅନୁଯାୟୀ ଏଥର ଟାଙ୍କିରେ ୪ ଚକିଆ ଗାଡ଼ି ପାଇଁ ୪୫ ରୁ ୫୦ ଲିଟର ପର୍ଯ୍ୟନ୍ତ ତେଲ ଦିଆଯିବ । ସେହିପରି ବସ୍ ଓ ଟ୍ରକ ପାଇଁ ଡିଜେଲ ଦେବା ଉପରେ ମଧ୍ୟ ଲିମିଟ୍ କରାଯାଇଛି ।

जीरो देख लीजिए... फिर मीटर में सीधे 5 रुपये, जम्प ट्रिक से पेट्रोल पंप पर ठगी का खेल! - Not only zero see here in petrol pump meter it is important to

ଗୋଟିଏ ଗାଡ଼ିକୁ ୪୦୦ ରୁ ୫୦୦ ଲିଟର ଡିଜେଲ୍‌ରୁ ଅଧିକ ଦିଆଯିବ ନାହିଁ । ଯଦି କୌଣସି ଟାଙ୍କି ଅଧିକ ତେଲ କେଉଁ ଗାଡିକୁ ଦେଉଛନ୍ତି, ସେ ଟାଙ୍କି ଲକ ହେଇ ଯାଉଛି। ତେଣୁ ଏହି ନିୟମକୁ କଡାକଡି ପାଳନ କରିବା ପାଇଁ ନିର୍ଦେଶ ରହିଛି। ଆନ୍ଧ୍ରରେ ଅନେକ ପେଟ୍ରୋଲ ପମ୍ପରେ ତେଲ ନଥିବା ବେଳେ ଓଡିଶାରେ ଅନେକ ସ୍ଥାନରେ ପେଟ୍ରୋଲ ନଥିବା ପରି ସମସ୍ୟା ସାମନାକୁ ଆସିଛି। ଧିରେ ଧିରେ ଫାଙ୍କା ହେଉଛି ତେଲ ଟାଙ୍କ। ଆଗକୁ ଉତ୍କଟ ହେବ ପେଟ୍ରୋଲ- ଡିଜେଲ ତେଲ ସଙ୍କଟ। ରାଜଧାନୀ ଭୁବନେଶ୍ବର ବିଭିନ୍ନ ପେଟ୍ରୋଲ ପମ୍ପରେ ଦେଖାଦେଲା ସମସ୍ୟା। ଅନେକ ଟାଙ୍କିରେ ତେଲ ସରିବା ପରେ ଟାଙ୍କିଙ୍କୁ ଆସୁନି ତେଲ ଗାଡ଼ି । ଏଥିପାଇଁ ୪ ରୁ ୫ ଘଣ୍ଟା ମଧ୍ୟ ଅପେକ୍ଷା କରିବାକୁ ପଡୁଛି। ପୂର୍ବରୁ ଷ୍ଟକ ସରିବା ପୂର୍ବରୁ ତେଲ ଟାଙ୍କିରେ ଲୋଡ ହେଉଥିଲା ବର୍ତ୍ତମାନ ତାହା ହେଉ ନାହିଁ। ଫଳରେ ଗ୍ରାହକ ଅସୁବିଧାର ସମ୍ମୁଖ ହୋଇଥିବା ଦେଖିବାକୁ ମିଳିଛି। ଏବଂ ଏହାରି ମଧ୍ୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ତେଲ ସଞ୍ଚୟ ପାଇଁ ନିବେଦନ କରିଛନ୍ତି ।

 

Related posts

ମଦ୍ୟପଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ଜନତା

mahabharatanews

୨୦ରୁ ୨୨ ବର୍ଷିବ ପ୍ରବଳ

mahabharatanews

ସ୍କୁଲ ବସ ଭିତରେ ଛାତ୍ରୀଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

mahabharatanews