ଓଡିଶା

ତେଲନଦୀ ମଝିରେ ୧୨ ଟିକିଆ ହାତୀପଲ

(ବୌଦ) :  ମଝି ନଇରେ ହାତୀପଲ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ତେଲନଦୀରେ ୧୨ ଟିକିଆ ହାତୀପଲ ଫସିଥିବାର ଦେଖିବାକୁ ମିଳିଛି । କଣ୍ଟାମାଳ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀଙ୍କୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛି । ତେବେ ଆଜି ସକାଳୁ ହାତୀପଲ ନଦୀରେ ଗାଧୋଉଥିବା ଲୋକେ ଦେଖିବାକୁ ପାଇଥିଲେ ।

ସୂଚନାନୁଯାୟୀ ,  ଲୋକ ଗହଳି ହେବାରୁ ମଝିରେ ଅଟକି ଯାଇଥିଲେ ହାତୀ ପଲ l ବିଭିନ୍ନ ସମୟରେ ହାତୀ ଆସି ଗାଁରେ ଘରଦ୍ବାର ଭଙ୍ଗିବା ସହ ଚାଷ ଜମି କ୍ଷତି କରିଦେଉଛନ୍ତି । ସେଥିପାଇଁ ବି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଘଟଣାସ୍ଥଳରେ ଲୋକଙ୍କ ଭିଡ ଲାଗିଥିବା ବେଳେ କଣ୍ଟାମାଳ ବନବିଭାଗ ଟିମ୍ ପହଞ୍ଚି ହାତୀଙ୍କୁ ସୁରକ୍ଷିତ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି । ତେବେ ଏ ଯାଏଁ ତେଲନଦୀ ମଝିରେ ୧୨ ଟିକିଆ ହାତୀ ପଲ ଫସିରହିଛନ୍ତି ।

Related posts

ବୋର୍ଡ ପରୀକ୍ଷା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

mahabharatanews

ବଢୁଛି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା, ସତର୍କ ରହିବାକୁ ପରାମର୍ଶ 

mahabharatanews

୭୦ ଲକ୍ଷରେ ୧୭ଟି ମାଛ 

mahabharatanews