ଭାରତ

ଆରପାରିରେ ସବୁଜ ବିପ୍ଳବର ଜନକ ଏସଏସ ସ୍ୱାମୀନାଥ 

(ଦିଲ୍ଲୀ) : ପରଲୋକରେ ସବୁଜ ବିପ୍ଳବର ଜନକ ତଥା ବିଶିଷ୍ଟ କୃଷି ବିଜ୍ଞାନୀ ଏସଏସ ସ୍ୱାମୀନାଥ । ଚେନ୍ନାଇରେ  ଦିନ ୧୧.୨୦ରେ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଦେଶରୁ ଖାଦ୍ୟ ସଙ୍କଟ ଦୂର କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ।

ସୂଚନାନୁଯାୟୀ ,  ୭  ଅଗଷ୍ଟ ୧୯୨୫ରେ ସେ ଜନ୍ମ ହୋଇଥିଲା । ୧୯୭୨  ରୁ ୧୯୭୯ ପର୍ଯ୍ୟନ୍ତ ଭାରତୀୟ ପରିଷଦ କୃଷି ଅନୁସନ୍ଧାନର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ । କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ଭିଭୂଷିତ କରିଥିଲେ । ବିଭିନ୍ନ ପ୍ରକାରର ଧାନ ବିକଶିତ କରିବା ଭାରତର କୃଷକମାନଙ୍କୁ ଅଧିକ ଧାନ ଉତ୍ପାଦନ କରିବାରେ ସକ୍ଷମ କରାଇଥିଲେ ।

Related posts

ନିର୍ବାଚନୀ କୋଳାହଳ ମଧ୍ୟରେ ବଙ୍ଗଳାକୁ ନିଜ ଆଡ଼କୁ ଟାଣିବାରେ ବ୍ୟସ୍ତ ଅମିତ ଶାହ

mahabharatanews

 ବିଜାପୁର ଏନକାଉଣ୍ଟରରେ ୪ ନକ୍ସଲ ନିହତ

mahabharatanews

 ନମୋ ଆପରେ “ଜନ ମନ ସର୍ଭେ” ଆରମ୍ଭ

mahabharatanews