ଓଡିଶା

ଗଣିଆରେ ଲଙ୍କାପୋଡ଼ି ଯାତ୍ରା ଓ ପଲ୍ଲିଶ୍ରୀ ମେଳା ଉଦଯାପିତ: ‘ନବଗୁଞ୍ଜର’ ପୁସ୍ତକ ଉନ୍ମୋଚିତ

ଗଣିଆ ଅଞ୍ଚଳର ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଏବଂ ପଲ୍ଲିଶ୍ରୀ ମେଳା ଆଡ଼ମ୍ବର ସହକାରେ ଉଦଯାପିତ ହୋଇଯାଇଛି। ମେଳା କମିଟି ସଭାପତି ବିଜୟ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉଦଯାପନୀ ସଭାରେ ଅଞ୍ଚଳର କଳା ଓ ସଂସ୍କୃତିର ଭବିଷ୍ୟତ ନେଇ ଆଲୋଚନା କରାଯାଇଥିଲା। ଏହି ସାରସ୍ୱତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ନାଗରିକ ମଞ୍ଚ ସଭାପତି ଗିରିଶ କୁମାର ମିଶ୍ର, ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର, ସରପଞ୍ଚ ଗିରିଧାରୀ ସେଠି, ସମିତି ସଭ୍ୟ ଫକିରମୋହନ ଡାକୁଆ ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରାଣ ପ୍ରସିଦ୍ଧ ‘ନବଗୁଞ୍ଜର’ ପୁସ୍ତକଟି ଏକ ନିଆରା ନାଟକୀୟ ଶୈଳୀରେ ଉନ୍ମୋଚିତ ହୋଇଥିଲା। ଏହି ନାଟିକାରେ କଳାକାର ଗାର୍ଗୀ ଓ ସୁଇଟି ଯଥାକ୍ରମେ ଶ୍ରୀକୃଷ୍ଣ ଓ ଅର୍ଜୁନ ଭୂମିକାରେ ଅତି ସୁନ୍ଦର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହିଥିଲେ। ସଭାରେ ମତବ୍ୟକ୍ତ କରି ଅତିଥିମାନେ କହିଥିଲେ ଯେ, “ଗଣିଆ ହେଉଛି ଏକ ଶୁଦ୍ଧ କଳାର ମାଟି। ଏଠାର ସାଂସ୍କୃତିକ ଐତିହ୍ୟକୁ ଜାତୀୟ ସ୍ତରରେ ପହଞ୍ଚାଇବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ।” ଏହି ଯାତ୍ରା ଓ ମେଳା ସ୍ଥାନୀୟ କଳାକାରଙ୍କ ପାଇଁ ଏକ ବଡ଼ ମଞ୍ଚ ବୋଲି ସେମାନେ ଅଭିହିତ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଭୁତି ଭୂଷଣ ପଣ୍ଡା ସଂଯୋଜନା କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରାଯାଇଥିଲା। ପରେ ପରେ ମେଲୋଡି଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଉଦଯାପନୀ ସନ୍ଧ୍ୟାର ଭରପୂର ମଜା ଉଠାଇଥିଲେ ।

Related posts

କଟକ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ

mahabharatanews

କଟକର ନୂଆ ଡିସିପି ଭାବେ ଦାୟିତ୍ବ ଗ୍ରହଣ କଲେ ପିନାକ୍ ମିଶ୍ର

mahabharatanews

୧୫ ପରେ ରାଜ୍ୟରେ ଆରମ୍ଭ ହେବ ଗର୍ଭବତୀଙ୍କ ଟୀକାକରଣ

mahabharatanews