ଓଡିଶା

ଖୋଲିଲା ଆଉ ୩ଟି ଗେଟ 

(ହୀରାକୁଦ) : ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର । ଏହି ସମୟରେ ଆଜି ଆଉ ୩ଟି ଗେଟ୍ ଖୋଲାଯାଇଛି । ଏହା ପରେ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ୱର ୭ଟି ଓ ଡାହାଣ ପାର୍ଶ୍ୱର ୩ଟି ଗେଟ୍ ଖୋଲାଯାଇଛି । ହୀରାକୁଦରେ ଜଳସ୍ତର ୬୨୯.୬୫ଫୁଟରେ ପହଞ୍ଚିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୧୬ ହଜାର ୮୮ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ନିଷ୍କାସିତ ହେଉଛି ୧ ଲକ୍ଷ ୫୪ ହଜାର ଘନଫୁଟ ବନ୍ୟାଜଳ ।

ସୂଚନାନୁଯାୟୀ , ଅକ୍ଟୋବର ୩ଯାଏଁ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି । ଉତ୍ତର ପୂର୍ବ ପାଶ୍ୱବର୍ତ୍ତୀୟ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ୪୮ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଲଘୁଚାପ ଘନୀଭୂତ ହେବା ପରେ ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଆଡକୁ ମୁହାଁଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ ।

Related posts

ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲୁ ରହିଛି; ସ୍ୱାସ୍ଥ୍ୟ ବିଭାଗ

mahabharatanews

ବର୍ଷାରେ ଭୁଶୁଡିଲା ଘରର କାନ୍ଥ : ୫ ଜଣଙ୍କ ମୃତ୍ୟୁ , ୪ ଗୁରୁତର

mahabharatanews

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

mahabharatanews