ଓଡିଶା

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

(ଭୁବନେଶ୍ୱର) :  ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିନି ଦିନ ଧରି ଚାଲିଥିବା ହୋମଯଜ୍ଞରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ପୁଷ୍ପାଞ୍ଜଳି ଦେବା ସହ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏକାମ୍ର ପ୍ରକଳ୍ପ ଭୂମିପୂଜନ ପାଇଁ ତିନି ଦିନ ଧରି ଲାଗି ରହିଛି ହୋମ ଯଜ୍ଞ ।

ସୂଚନାନୁଯାୟୀ,ସୋମବାର ମାଙ୍ଗଳିକ ଅଙ୍କୁରରୋପଣ ସରିବା ପରେ ମଙ୍ଗଳବାର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସମ୍ମୁଖରେ ଗଢ଼ା ହୋଇଥିବା ଯଜ୍ଞ ମଣ୍ଡପରେ ହରିହରାତ୍ମକ ଯଜ୍ଞ ଆରମ୍ଭ ହୋଇଥିଲା । ଭୋର୍‌ ୪ ଟାରୁ ବିନ୍ଦୁସାଗରରୁ କଳସ ଯାତ୍ରା ଓ ଗଙ୍ଗା ଆବାହନ କରାଯାଇଥିଲା ।ଏଥିପାଇଁ ସକାଳ 6 ଟା 30ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଶାଳା ପୂଜା, ଅଗ୍ନିପୂଜା ଓ ବଦନ ପରେ ୯  ଟା୩୦  ବେଳକୁ ଶିଳା ଶିଶୋଧନ, ଶିଳା ପ୍ରତିଷ୍ଠା, ଗର୍ଭ ସଂସ୍କାର ଓ ଶିଳାନ୍ୟାସ କର୍ମ କରାଯିବା ପରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଛି ।

Related posts

ସ୍ବେଛାସେବୀ ଅନୁଷ୍ଠାନ ‘ଦୁଲାଲ’ ଦ୍ବାରା ମାଣ୍ଡିଆ ତିଆରି ପୁଷ୍ଟିକର ଖାଦ୍ୟ ମେଳା

mahabharatanews

ବାଇକକୁ ଚାପିଳା ଟ୍ରକ, ବାଇକ ଆରୋହୀ ମୃତ

mahabharatanews

ପୁଲିସ ସୁରକ୍ଷା ମଧ୍ୟରେ ହଜିଗଲା ମାସ୍କ, ସାମାଜିକ ଦୂରତ୍ୱ

mahabharatanews