ଓଡିଶା

୫ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା

(ଭୁବନେଶ୍ୱର) :  ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ । ଆଜିଠୁ ୫ଦିନ ଯାଏ ବର୍ଷାରେ ଭିଜିବ ଓଡ଼ିଶା।  ଲଘୁଚାପ ସକ୍ରିୟ ହୋଇଥିବାରୁ ଆଜିଠାରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ ,  ୫ଦିନ ଯାଏ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୁଆପଡ଼ା, ନୟାଗଡ଼ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅକ୍ଟେବର ୧ରୁ ୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଢ଼େଙ୍କାନାଳ, କଟକ, ବାଲେଶ୍ବର, ବଲାଙ୍ଗୀର, ବରଗଡ଼, ସୋନପୁର, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ,  ଅନୁଗୁଳ ଓ ଦେଓଗଡ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

Related posts

ଖରିଫ୍ ୨୦୨୬ ପାଇଁ ସମବାୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କୁ ବଡ଼ ଆର୍ଥିକ ସହାୟତା

mahabharatanews

କିଛି ଜିଲ୍ଲାରେ ବର୍ଷା ସମ୍ଭାବନା 

mahabharatanews

ଜାଲ ଦସ୍ତଖତରେ ଟଙ୍କା ଉଠାଇ ମ୍ୟାନେଜେରଙ୍କ ସମେତ 3 ବ୍ୟାଙ୍କ କର୍ମଚାରୀ କୋର୍ଟ ଚାଲାଣ

mahabharatanews