ଓଡିଶା

ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହେଲେ କୃଷି ସଚିବ ଅରବିନ୍ଦ ପାଢ଼ୀ 

(ଭୁବନେଶ୍ୱର) : ରାଜ୍ୟରେ ଧୀରେ ଧୀରେ ସ୍କ୍ରବ୍‌ ଟାଇଫସ୍‌ କାୟା ମେଲାଉଥୁବା ବେଳେ କୃଷି ସଚିବ ଅରବିନ୍ଦ ପାଢ଼ୀ ଏଥିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷାରୁ ସ୍ପଷ୍ଟ  ହୋଇଥିବା ବେଳେ ଘରେ ରହି ଚିକିତ୍ସିତ ହେଉଛନ୍ତି ଅରବିନ୍ଦ ପାଢ଼ୀ ।

ସୂଚନାନୁଯାୟୀ , ରାଜ୍ୟବ୍ୟାପି ମାଡ଼ିଗଲାଣି ସ୍କ୍ରବ ଟାଇଫସ। କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳକୁ ବି ବ୍ୟାପିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ ଟାଇଫସ ପରୀକ୍ଷା ହୋଇଥିବାବେଳେ ଚିହ୍ନଟ ହୋଇଛନ୍ତି ୨ ହଜାର ୮ ଶହ ୨୦ରୋଗୀ ଚିହ୍ନଟ ହୋଇଛନ୍ତି। ଚିଗର୍ସ ନାମକ କୀଟ କାମୁଡିଲେ ହୋଇଥାଏ ସ୍କ୍ରବ ଟାଇଫସ୍ । ଆଉ ଏହା ଦ୍ୱାରା ଜ୍ୱର ହୁଏ , ଆଉ ଜ୍ୱର ନ କମିଲେ ଏହା ଶରୀର ପାଇଁ ଘାତକ ବି ହୋଇପାରେ । ବର୍ଷା ଦିନରେ ଏହା ବ୍ୟାପିବା ସମ୍ଭାବନା ଅଧିକ ।

Related posts

ଶିକ୍ଷା ସେତୁ କାର୍ୟକ୍ରମରେ ଜିଲ୍ଲାପାଳଙ୍କ ଯୋଗଦାନ

mahabharatanews

ଆଜି କଣ୍ଟାମାଳ ଦୁଇଟି ବୁଥରେ ସାନି ମତଦାନ

mahabharatanews

ଡେଙ୍ଗୁ ପାଇଁ ସତର୍କତା ଅବଲମ୍ବନ କରିବାକୁ ବିଏମ୍ସିର ପରାମର୍ଶ

mahabharatanews