ଓଡିଶା

ରାଜ୍ୟରେ କମିବ ବର୍ଷାର ପରିମାଣ 

(ଭୁବନେଶ୍ୱର) :  ପଶ୍ଚିମବଙ୍ଗର ପଶ୍ଚିମ ଭାଗରେ ସକ୍ରିୟ ରହିଥିବା ଲଘୁଚାପର ପ୍ରଭାବ ରାଜ୍ୟ ଉପରୁ କମୁଥିବାରୁ ବର୍ଷାର ପରିମାଣ ଧୀରେ ଧୀରେ କମିବ। ଆଜି ଅର୍ଥାତ ଗୁରୁବାର ପୂର୍ବାହ୍ନ ସୁଦ୍ଧା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା  କମିବ ।

ସୂଚନାନୁଯାୟୀ,  ତେବେ କୋଚିତ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ନ ହେଲେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ନଦୀର ବିପଦ ସଂକେତ ୧୭ .୮୩ ମିଟର ଥିବା ବେଳେ ଏବେ ୧୭ .୯୧ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଦୁଇଦିନ ହେବ ଲଗାଣ ବର୍ଷା ହେବା ଫଳରେ ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ବୈତରଣୀରେ ବନ୍ୟା ଆଶଙ୍କା କରାଯାଉଥିଲା  ।

Related posts

ଆସନ୍ତାକାଲି ୧୧ଟାରେ ଯୁକ୍ତ୨ ଫଳାଫଳ

mahabharatanews

ପୁଣି ଆକ୍ଟିଭ ହେବ ରାଜଧାନୀରେ ଡ୍ରୋନ କ୍ୟାମେରା

mahabharatanews

ବିଶ୍ବପ୍ରସିଦ୍ଧ ରଥଯାତ୍ରା: ଆଉ ମାତ୍ର ୨୩ଦିନ

mahabharatanews