ମନୋରଞ୍ଜନ

ରଣବୀର କପୁରଙ୍କୁ ସମନ ଜାରି 

(ମୁମ୍ବାଇ) : ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ବଲିଉଡ ସେଲିବ୍ରିଟିଙ୍କ ଉପରେ । ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଆପ୍‌କୁ ନେଇ ତଦନ୍ତ କରି ଏବେ ସେଲିବ୍ରିଟିମାନଙ୍କ ଉପରେ କଟକଣା ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏବେ ଏହି ମାମଲାରେ ବଲିଉଡର ଚକୋଲେଟ୍ ବଏ ରଣବୀର କପୁରଙ୍କୁ ସମନ ଜାରି କରି ପଚରାଉଚରା ପାଇଁ ଡକାଇଛି ଇଡି।

ସୂଚନାନୁଯାୟୀ, ୨୦୨୩ ମସିହା ଫେବ୍ରୁଆରିରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ  ସୌରଭ ଚନ୍ଦ୍ରକର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ସମୟରେ ‘ମହାଦେବ ଅନଲାଇନ୍ ବେଟିଂ ଆପ’ର ପ୍ରମୋଟରଙ୍କର ପାକିସ୍ତାନ ସଂଯୋଗ ମଧ୍ୟ ସାମ୍ନାକୁ ଆସିଛି। ପଳାତକ ଅଭିଯୁକ୍ତ ସୌରଭ ଚନ୍ଦ୍ରକର ଏବଂ ତାଙ୍କ ସହଯୋଗୀ ରବି ଅପ୍ପାଲ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ବ୍ୟବସାୟ ଆରମ୍ଭ କରିଛନ୍ତି। ସେମାନେ ଏହାର ନାମ ଉର୍ଦ୍ଦୁରେ ରଖିଛନ୍ତି।

Related posts

 ରଣବୀରଙ୍କ ଫିଲ୍ମ ‘ଆନିମଲ’: ଅଗ୍ରିମ ୧ ଲକ୍ଷ ଟିକଟ ବୁକିଂ

mahabharatanews

ଓଟିଟି ପ୍ଲାଟଫର୍ମରେ ଫିଲ୍ମ ବଡେ ମିଆଁ-ଛୋଟେ ମିଆଁ

mahabharatanews

ଏହି ତାରିଖରେ ଫିଲ୍ମ ‘ପୁଷ୍ପା : ଦ ରୁଲର

mahabharatanews