ଓଡିଶା

ବିରଜୁଙ୍କ ନାମ ଅନ୍ତ୍ୟୋଦୟ ଯୋଜନାରେ ଉଠିଲା

ସୁନ୍ଦରଗଡ: ପାକିସ୍ତାନ ଜେଲରେ ୨୦ ବର୍ଷ ରହିବା ପରେ ଦୀର୍ଘ ୨୫ ବର୍ଷ ପରେ ସୁନ୍ଦରଗଡର କୁତ୍ରାରେ ପହଞ୍ଚିଥିବା ବିରଜୁ କୁଲୁଙ୍କ ପାଇଁ ପ୍ରଶାସନ ଯୋଗାଇବା ଆରମ୍ଭ କରିଛି ସରକାରୀ ସହାୟତା । ଗତକାଲି ସେ ଘରେ ପହଞ୍ଚିଥିବା ବେଳେ ଆଜି ତାଙ୍କ ନାମକୁ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରାଯାଇଛି । ଏଥିସହ ତାଙ୍କ ଚଳିବାକୁ ନଗତ ୩୦ ହଜାରଟଙ୍କା, ଚାଉଳ ଓ ରାସନ ସାମଗ୍ରୀ ପ୍ରଦାନ କାରାଯାଇଛି । ପିଡି ଡିଆରଡିଏ ସେ ଥିବା କୁତ୍ରା ବ୍ଲକର କଟଙ୍ଗ ଗାଁରେ ପହଞ୍ଚି ଏହି ସହାୟତା ପ୍ରଦାନ କରିଛନ୍ତି ।
୨୫ ବର୍ଷ ଧରି ନିଖୋଜ ହେବା ପରେ ଗତବର୍ଷ ଜଣାପଡ଼ିଥିଲା ବିରଜୁ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି। ଏହାପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା । ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବର ଅମୃତସରକୁ ଅଣାଯାଇଥିଲା । ସେଠାରେ ତାଙ୍କ ଏକ କୋଭିଡ୍ ସେଣ୍ଟରରେ ରଖାଯାଇ ରାଜ୍ୟ ସରକାରଙ୍କୁ ସୂଚିତ କରାଯାଇଥିଲା । ଗତକାଲି ଜିଲ୍ଲା ପଶାସନର ସହାୟତାରେ ସେ ତାଙ୍କ ପରିବାର ନିକଟରେ ପହଞ୍ଚିଥିଲେ ।

 

Related posts

ସେବାୟତଙ୍କ ପାଇଁ ବଢ଼ିଲା ସ୍ୱାସ୍ଥ୍ୟବୀମା ରାଶି

mahabharatanews

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୧୪ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୯ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

mahabharatanews

କୋଟିଆବାସୀଙ୍କ ଭରସା ହରାଇବା ଦୁର୍ଭାଗ୍ୟପୂର୍ଣ୍ଣ ନୁହେଁ କି?

mahabharatanews