ଓଡିଶା

ଆଜି ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

(ପୁରୀ):  ଆଜି ଅର୍ଥାତ୍ ଗୁରୁବାର ଦିନ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବନକଲାଗି ନୀତି ।  ଏ ନେଇ ୪  ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ଗୁପ୍ତ ନୀତି ହେବ । ଅପରାହ୍ନ ୫ ଘଟିକାରୁ ରାତ୍ର ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ସର୍ବସାଧାରଣ ଲୋକ ମନ୍ଦିର ଭିତରକୁ ପ୍ରବେଶ ଉପରେ କଟକଣା ଲାଗିବ ।

ସୂଚନାନୁଯାୟୀ ,  ଏହି ନୀତି ପାଇଁ ଥିବା ସେବାୟତଙ୍କୁ ଦତ୍ତ ମହାପାତ୍ର କୁହାଯାଏ । ରଙ୍ଗପ୍ରସ୍ତୁତ କରିବା ଓ ବିଗ୍ରହରେ ଲଗାଇବା ଏମାନଙ୍କ କାମ । ମହାପ୍ରଭୁଙ୍କ ଲାଗି ଉର୍ଦ୍ଦିଷ୍ଟ ରଙ୍ଗଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାର ଉତ୍ତର ପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳାରଙ୍ଗ, ହରିତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୁର ଓ କସ୍ତୁରୀ ମିଶେ । କସ୍ତୁରୀ ଯୋଗୁଁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜଳ ଓ ମସୃଣ ରହେ । ରତ୍ନସିଂହାସନ ଆଗରେ ଯେଉଁ ଭୋଗ ବଢାହୁଏ ତା’ର ଗରମବାଷ୍ପ ଯୋଗୁଁ ମୁଖମଣ୍ଡଳର ଉଜ୍ଜଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁଁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ ।

Related posts

ସୁରତ ଫେରନ୍ତାଙ୍କୁ ଘାରିଛି ଜୀବିକା ଚିନ୍ତା, ଦିନ କାଟୁଛନ୍ତି ଦ୍ୱନ୍ଦରେ

mahabharatanews

ଗୁରୁ ଦିବସ ଊପଲକ୍ଷେ ଡ଼ଃ.ଅଚ୍ୟୁତ ସାମନ୍ତଙ୍କ ପାଇଁ ଆର୍ଟିକିଲ ଲେଖିଲେ ଛାତ୍ର

mahabharatanews

ମା’ ମଝିଘରିଆଣୀଙ୍କ ଦାନ ବାକ୍ସ ଗଣତି ଶେଷ, ହୁଣ୍ଡିରୁ ବାହାରିଲା କୋଟିଏ ଟଙ୍କା

mahabharatanews