ଭାରତ

ଶ୍ରଦ୍ଧା କପୁରଙ୍କୁ ସମନ ଜାରି 

(ମୁମ୍ବାଇ) :ବଲିଉଡର ଚୁଲ୍‌ବୁଲି ନାୟିକା ଶ୍ରଦ୍ଧା କପୁରଙ୍କୁ ସମନ ଜାରି କରିଛି ଇଡି। ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ବଲିଉଡ ସେଲିବ୍ରିଟିଙ୍କ ଉପରେ। ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଆପ୍‌କୁ ନେଇ ତଦନ୍ତ କରି ଏବେ ସେଲିବ୍ରିଟିମାନଙ୍କ ଉପରେ କଟକଣା ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସୂଚନାନୁଯାୟୀ , ଗତକାଲି ବଲିଉଡ ଅଭିନେତା ରଣବୀର କପୁରଙ୍କୁ ବି ସମନ ଜାରି କରି ଇଡି ପଚାରାଉଚରା ପାଇଁ ଡକାଇଛି। ଆଜି ଉଭୟଙ୍କୁ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟଙ୍କ ଦ୍ୱାରା ପଚରାଉଚରା ପାଇଁ ଡକାଯାଇଛି।  ପୂର୍ବରୁ କମେଡି କିଙ୍ଗ୍‌ କପିଲ ଶର୍ମା, ଅଭିନେତ୍ରୀ ହୁମା କୁରେସି, ଅଭିନେତ୍ରୀ ହିନା ଖାନଙ୍କୁ ମଧ୍ୟ ମହାଦେବ ଆପ୍ ମାମଲାରେ ବିଭିନ୍ନ ତାରିଖରେ ଡକାଯାଇଛି।

Related posts

ଫିଲ୍ମ ଷ୍ଟାଇଲରେ ଏମବିଏ ଛାତ୍ରଙ୍କୁ ଏନକାଉଣ୍ଟର

mahabharatanews

ଓଡିଶାର ସମାଜସେବୀ ଶୃତି ମହାପାତ୍ରଙ୍କୁ ନାରୀଶକ୍ତି ସମ୍ମାନରେ ସମ୍ମାନିତ

mahabharatanews

 ବିଜାପୁର ଏନକାଉଣ୍ଟରରେ ୪ ନକ୍ସଲ ନିହତ

mahabharatanews