ଭାରତ

 ଆପାର୍ଟମେଣ୍ଟ୍‌ରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଏବଂ ୬୧ ଆହତ

(ମୁମ୍ବାଇ) :  ମୁମ୍ବାଇର ଏକ ଆପାର୍ଟମେଣ୍ଟ୍‌ରେ ଭୟାବହ ଅଗ୍ନିକାଣ୍ଡ । ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୧ ଜଣ ଆହତ ହୋଇଛନ୍ତି। ଗୋରେଗାଓଁର ଏମ୍‌ଜି ରୋଡ୍‌ରେ ଥିବା ଜୟ ଭବାନୀ ବିଲ୍ଡିଂର ୨୦୦୦ ବର୍ଗ ଫୁଟ୍‌ ପାର୍କିଂ ସ୍ଥଳରେ ପ୍ରଥମେ ନିଆଁ ଲାଗି ଯାଇଥିଲା। ୪ଟି କାର୍‌ ଏବଂ ୩୦ଟି ବାଇକ୍‌ ଜଳି ଯାଇଥିଲା। ନିଆଁ ଇଲେକ୍ଟ୍ରିକାଲ ମିଟର ବକ୍ସ ଏବଂ ପାହାଚରେ ଲାଗି ଘର ଗୁଡ଼ିକୁ ବ୍ୟାପି ଯାଇଥିଲା।

ସୂଚନାନୁଯାୟୀ , ଖବର ପାଇ ମୁମ୍ବାଇ ପୁଲିସ , ମୁମ୍ବାଇ ଅଗ୍ନି ନିର୍ବାପକ ଦଳ ଏବଂ ଅନ୍ୟ ସଂସ୍ଥା ଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚିଥିଲେ। ୭ ମହଲା ବିଶିଷ୍ଟ ଏହି ଆପାର୍ଟମେଣ୍ଟ୍‌ରେ ପ୍ରାୟ ୩୦ ପରିବାର ରହୁଥିଲେ। ଭୋର ସମୟରେ ହୋଇଥିବାରୁ ସମସ୍ତେ ପ୍ରାୟ ଶୋଇଥିଲେ। ତେଣୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। ସେମାନଙ୍କୁ ଏଚ୍‌ବିଟି ହସ୍ପିଟାଲ, କୁପର ହସ୍ପିଟାଲ ଏବଂ ଅନ୍ୟ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।

Related posts

ଘୁଞ୍ଚିବନି ନିଟ ପିଜି ପରୀକ୍ଷା: ସୁପ୍ରିମକୋର୍ଟ

mahabharatanews

ରୁଷ୍‌ ଅଧିକୃତ ସହର ଉପରେ ୟୁକ୍ରେନର ଆକ୍ରମଣ

mahabharatanews

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ; ୫, ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews