ଭାରତ

ପଶ୍ଚିମବଙ୍ଗର କୂଚ୍‌ବିହାର୍‌ରେ ବିଜୁଳି ଆଘାତ ଲାଗି ୧୦ କାଉଡ଼ିଆ ମୃତ; ୧୯ ଆହତ

କୂଚ୍‌ବିହାର୍‌: ପଶ୍ଚିମବଙ୍ଗ କୁଚବିହାରରେ ବଡ଼ ଅଘଟଣ । ରବିବାର ବିଳମ୍ବିତ ରାତ୍ରରେ ପଶ୍ଚିମବଙ୍ଗର କୂଚ୍‌ବିହାର୍‌ ବାଟେ ଯାଉଥିବା ଗୋଟାଏ ପିକ୍‌ଅପ୍‌ ଭ୍ୟାନ୍‌ ବିଦ୍ୟୁତ୍‌ ପ୍ରବାହିତ ହେବାରୁ ପ୍ରାୟ ୧୦ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ଜଣ ଆହତ ହୋଇଥିବା କଥା ପୁଲିସ କହିଛି। ସୂଚନା ଅନୁସାରେ , ପିକ୍ଅପ୍ ଭ୍ୟାନରେ କାଉଡିଆମାନେ ଜଳପେଶ ଶିବ ମନ୍ଦିରକୁ ଜଳ ଲାଗି ପାଇଁ ଯାଉଥିଲେ । ସେହି ପିକ୍ଅପ୍ ଭ୍ୟାନରେ ଜେନେରେଟର ଲାଗିଥିଲା । ଏଥିରେ ସର୍ଟସର୍କିଟ୍ ହେବାରୁ ରାତି ପାଖାପାଖି ୧୨ଟା ବେଳେ ଏପରି ଏକ ବଡ଼ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ପିକ୍ଅପ୍ ଡ୍ରାଇଭର ଫେରାର ହୋଇଯାଇଛି ।

Related posts

ରେଳ ନିଯୁକ୍ତି ଦୁର୍ନୀତି ମାମଲା, ଲାଲୁ ଯାଦବଙ୍କ ପୂର୍ବତନ ଓଏସଡି ଗିରଫ

mahabharatanews

କେତେ ଓଜନ ସମ୍ଭାଳି ପାରିବ ଝୁଲା ପୋଲ

mahabharatanews

ଔଷଧ କାରଖାନାରେ ସିରିଜ୍‌ ବିସ୍ଫୋରଣ , ୭ ମୃତ

mahabharatanews