ଓଡିଶା

 ବାଦାମବାଡ଼ିରେ ନିର୍ମାଣ ହେବ ବିଶ୍ୱସ୍ତରୀୟ ବିଶ୍ୱନାଥ ପଣ୍ଡିତ ପାଠାଗାର ଓ ଗବେଷଣା କେନ୍ଦ୍ର

(କଟକ) : ବାଦାମବାଡ଼ି ବସ୍‌ଷ୍ଟାଣ୍ଡରେ ନିର୍ମାଣ ହେବ ଅତ୍ୟାଧୁନିକ ବିଶ୍ୱସ୍ତରୀୟ ବିଶ୍ୱନାଥ ପଣ୍ଡିତ ପାଠାଗାର ଓ ଗବେଷଣା କେନ୍ଦ୍ର। ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ୩୦ କୋଟି ୫୮ ଲକ୍ଷ ୩୧ ହଜାର ୧୦୦ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରି ପ୍ରଦାନ କରିଛନ୍ତି। ଏହାର ଡିପିଆର୍‌ ପ୍ରସ୍ତୁତ କରାଯିବା ସହ ଖୁବ୍‌ଶୀଘ୍ର ଟେଣ୍ଡର୍‌ ପକ୍ରିୟା ଆରମ୍ଭ କରାଯିବ ବୋଲି ନିଗମ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ , କଟକ ସହର ଓ ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ଓ ଯୁବପିଢ଼ି ଏହା ଦ୍ବାର ବିଶେଷ ଭାବେ ଉପକୃତ ହେବେ। ବିଭିନ୍ନ ନିଯୁକ୍ତି କ୍ଷେତ୍ରରେ ଆଶାୟୀମାନଙ୍କ ପାଇଁ ଉକ୍ତ ପାଠଗାର ବିଶେଷ ସହାୟକ ହେବ। ପାଠାଗାରର ନିର୍ମାଣ ଦାୟିତ୍ବ ପୌର ନିଗମକୁ ପ୍ରଦାନ କରାଯାଇଥିବା ବେଳେ ଆଗକୁ ଏକ ସମୟରେ ୧୫ଶହରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ବସି ପଢିବାର ସୁଯୋଗ ପାଇପାରିବେ।

Related posts

ଆତ୍ମହତ୍ୟା କରିବାକୁ ଯାଉଥିବା ମହିଳାଙ୍କୁ ଉଦ୍ଧାର କେଲ ୪ ଯୁବକ

mahabharatanews

ଜିଲ୍ଲା କୋଭିଡ ଫଣ୍ଡକୁ ୪୬ ଲକ୍ଷ ଟଙ୍କା ପ୍ରଦାନ କଲେ ଚିତ୍ରକୋଣ୍ଡା ବିଧାୟକ

mahabharatanews

୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ

mahabharatanews