ଅପରାଧଓଡିଶା

ଅଭିନେତ୍ରୀ ପ୍ରକୃତି ମିଶ୍ର କରିଛନ୍ତି ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମକଦ୍ଦମା

ଭୁବନେଶ୍ୱର : ବାବୁସାନ ଓ ପ୍ରକୃତିଙ୍କର ସମ୍ପର୍କକୁ ନେଇ ଉଠିଥିଲା ବିବାଦ । ବିବାଦ ଟିକେ ଥମିବା ବେଳେ ନୂଆ ଭିଡ଼ିଓ ଜାରି କଲେ ଅଭିନେତା ବାବୁସାନ ଓଡିଶାବାସୀଙ୍କୁ କ୍ଷମା ମାଗିଥିଲେ । ଏବଂ କହିଥିଲେ । ମୋ ସ୍ତ୍ରୀ ଓ ଶ୍ୱଶୂର ବହୁତ କଷ୍ଟ ପାଇଲେଣି । ଆଉ ତା ସହିତ ତାଙ୍କ ପରିବାର ମଧ୍ୟ ବହୁତ କଷ୍ଟ ପାଇଛି। ଆଗକୁ ଆଉ କୌଣସି ଅସୁବିଧା ହେବାକୁ ଦେବିନି । ଏଭଳି ଭୁଲ୍ ଆଉ କେବେ ହେବନି ବୋଲି ବାବୁଶାନ କହିଛନ୍ତି। ଅନ୍ୟପଟେ ପ୍ରକୃତି ମିଶ୍ର ନିଜ ସହ ହୋଇଥିବା ଘଟଣାରେ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆଉ କୋର୍ଟରେ ମାନହାନୀ ମକଦ୍ଦମା ମଧ୍ୟ କରିଛନ୍ତି।

ଲିଉଡ୍‌ ଅଭିନେତା ବାବୁଶାନ ମହାନ୍ତିଙ୍କ ପତ୍ନୀ ତୃପ୍ତି ଓ ତାଙ୍କ ଶ୍ୱଶୁର ଲଳିତ ଶତପଥୀଙ୍କ ନାଁରେ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି ପ୍ରକୃତି। ଆଜି ଏନେଇ ପ୍ରକୃତିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି। ତାଙ୍କ କହିବାନୁସାରେ , ଏହା ଏକ ଘରୋଇ ସମସ୍ୟା। କୋର୍ଟ କଚେରିରେ ଏହା ସମାଧାନ ହୋଇପାରିବ ନାହିଁ ବୋଲି ପ୍ରକୃତିଙ୍କ ବାପା କହିଥିଲେ। ହେଲେ ମାସେ ଅପେକ୍ଷା କରିବା ପରେ ମଧ୍ୟ କୌଣସି ସମାଧାନର ବାଟ ବାହାରିଲା ନାହିଁ। ୧୬ ତାରିଖରେ ଆମେ ଡିସିପିଙ୍କ ନିକଟରେ ଲିଖିତ ଅଭିଯୋଗ ପତ୍ର ଦେଇଥିଲୁ। ପୁଲିସ ଠାରୁ ନ୍ୟାୟ ମିଳିଲା ନାହିଁ।

ଯେଉଁ କାରଣରୁ ଗତକାଲି ହାଇକୋର୍ଟରେ ମାମଲା ରୁଜୁ କରିଛୁ। ଏହା ସହ ସୋସିଆଲ ମିଡ଼ିଆ ୟୁଟ୍ୟୁବକୁ ପକ୍ଷ ଭୁକ୍ତ କରାଯାଇଛି। ୟୁଟ୍ୟୁବରେ ପ୍ରକୃତିଙ୍କୁ ବାବୁଶାନଙ୍କ ପତ୍ନୀ ବିଚ୍‌ ରାସ୍ତାରେ ଛୁଟି ଘୋଷାଡ଼ି ମାଡ଼ ମାରିବାର ଭିଡିଓ ସହ ଅନେକ ପ୍ରକାରର ଅପମାନଜନକ ଭିଡିଓ ଥିବାରୁ ଉକ୍ତ ସଂସ୍ଥାକୁ ପକ୍ଷଭୁକ୍ତ କରାଯାଇଛି। ୟୁଟ୍ୟୁବରୁ ଏହି ସବୁ ଭିଡିଓ ହଟେଇବାକୁ ଆବେଦନରେ କୁହାଯାଇଛି।

Related posts

କୃଷି ବିଜ୍ଞାନ କେନ୍ଦ୍ରରେ ଗବେଷଣା ଓ ସଂପ୍ରସାରଣ ପାଇଁ ମିଳିତ ବୈଠକ

mahabharatanews

ସୈତାନ ପାଲଟିଲା ପ୍ରେମିକା, ପ୍ରେମିକର ସ୍ତ୍ରୀ ପିଲାଙ୍କ ନେଲା ଜୀବନ…

mahabharatanews

ଗୋଟେପଟେ କରୋନାର କରାଳ ରୂପ ଅନ୍ୟପଟେ ଦୁବୃର୍ତ୍ତଙ୍କର ଭଗବାନଙ୍କର ଆଭୁଷଣ ଚୋରୀ

mahabharatanews