ମନୋରଞ୍ଜନ

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ରାଜ କୁନ୍ଦ୍ରାଙ୍କ ଫିଲ୍ମ

(ମୁମ୍ବାଇ) : ବଲିଉଡରେ ଡେବ୍ୟୁ କରିବେ  ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । କିଛି ସମୟ ପୂର୍ବରୁ ରାଜ କୁନ୍ଦ୍ରା ସୋସିଆଲ ମିଡିଆରେ ନିଜର ବଲିଉଡ ଡେବ୍ୟୁ ଘୋଷଣା କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ରାଜଙ୍କ ବ୍ୟତୀତ ଫରାହ ଖାନ ଏବଂ ମୁନାୱାର ଫାରୁକି ମଧ୍ୟ ନଜର ଆସିଛନ୍ତି। ଏହି ତିନିଜଣ ଏକ ସାମ୍ବାଦିକ ସମ୍ମିଳନୀରେ ବସିଥିବାର ନଜର ଆସିଛନ୍ତି। ରାଜ କୁନ୍ଦ୍ରା କହିଛନ୍ତି ଯେ ତାଙ୍କ ଫିଲ୍ମ ୨ ନଭେମ୍ବରରେ ରିଲିଜ ହେବାକୁ ଯାଉଛି। ଫିଲ୍ମର ନାମ ୟୁଟି-୬୯ ଥିବାବେଳେ ସେ ଏହାକୁ ନେଇ ଉତ୍ସାହିତ ଥିବାର କହିଛନ୍ତି |

ସୂଚନାନୁଯାୟୀ ,  ତାଙ୍କ ପ୍ରତି ୨୦୨୧ ମସିହାରେ ‘ଆଡଲ୍ଟ ଫିଲ୍ମ ସ୍କାଣ୍ଡାଲ’ ମାମଲାରେ ରାଜ ଜେଲ ଯାଇଥିବାବେଳେ ସେତେବେଳେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା l ଜେଲରୁ ବାହାରିବା ପରେ ରାଜ ସବୁବେଳେ ଗଣମାଧ୍ୟମରୁ ମୁହଁ ଲୁଚାଇ ରଖିଥିଲେ। ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ହେଉ କିମ୍ବା ବିମାନବନ୍ଦର ହେଉ, ରାଜ କୁନ୍ଦ୍ରା ସବୁବେଳେ ମାସ୍କ ପିନ୍ଧି ମୁହଁ ଲୁଚାଇ ରଖିଥିଲେ l

Related posts

୧୬କେଜି ଓଜନ କମାଇଲେ ଏହି ଦିଲୀପ ଜୋସି

mahabharatanews

କରଣ ଜୋହରଙ୍କୁ ବ୍ରିଟିଶ ସଂସଦ ତରଫରୁ ସମ୍ମାନିତ 

mahabharatanews

ଆଖି ବୁଜିଲେ ୨୦୨୨ ‘ମିସ୍‌ ୟୁନିଭର୍ସ’ର ଫାଇନାଲିଷ୍ଟ

mahabharatanews