ଓଡିଶା

ଦୁର୍ଗା ପୁଜା ଭସାଣୀରେ ହେବନାହିଁ ଶୋଭାଯାତ୍ରା  

(ସମ୍ବଲପୁର) :  ସମ୍ବଲପୁରରେ ଦୁର୍ଗା ପୁଜା ଭସାଣ ଶୋଭାଯାତ୍ରା ହେବନି । ଦୁର୍ଗାପୂଜାରେ ଭସାଣୀ ଶୋଭାଯାତ୍ରାକୁ ମନା ହୋଇଥିବା ବେଳେ କଳସ ଯାତ୍ରା ଓ ରାବଣ ପୋଡ଼ି ପାଇଁ ଅନୁମତି ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଏଭଲି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ବୈଠକରେ ସହରର ସମସ୍ତ ଦୁର୍ଗା ପୂଜା କମିଟି ସଦସ୍ୟ ଯୋଗ ଦେଇଥିଲେ ।

ସୂଚନାନୁଯାୟୀ , ବିନା ଶୋଭାଯାତ୍ରାରେ କମିଟିର କିଛି ସଦସ୍ୟ ଓ ପୋଲିସ ଉପସ୍ଥିତିରେ ଭସାଣ ହେବ । କେବଳ ପୁଜା ମଣ୍ତପରେ ବାଜା ବାଜିବର ଅନୁମତି ମିଳିଛି । ସେପଟେ ପ୍ରଶାସନର ଏଭଲି ନିଷ୍ପତ୍ତି କୁ ନେଇ ପୁଜା କମିଟି ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଗତ ହନୁମାନ ଜୟନ୍ତୀ ସମୟରେ ଘଟିଥିବା ଗଣ୍ଡଗୋଳ ତଥା ହିଂସାକୁ ଦେଖି ଆସନ୍ତା ୨୦୨୪ ଜୁନ ମାସ ଯାଏ ସହରରେ କୌଣସି ପ୍ରକାର ଧାର୍ମିକ ଶୋଭାଯାତ୍ରା କରିବାକୁ ଅନୁମତି ଦିଆଯିବନି ବୋଲି ପ୍ରଶାସନ ସ୍ପଷ୍ଟ କରିଥିଲା ।

Related posts

ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ଜିଲ୍ଲାରେ ରେକର୍ଡ ସୃଷ୍ଟି କଲା ସ୍କଲାର ଏକାଡେମୀ

mahabharatanews

୧୦ ଡିଗ୍ରୀ ତଳେ ୧୪ଟି ସହର

mahabharatanews

କେନ୍ଦ୍ରପଡାର ଅବିନାଶ ପରିଡାଙ୍କୁ ହାଇଦ୍ରାବାଦରେ ହତ୍ୟା…

mahabharatanews