ବିଶ୍ୱ

ଆଫଗାନିସ୍ତାନ ଭୂକମ୍ପ; ମୃତ୍ୟୁ ସଂଖ୍ୟା ୪୦୦୦ ପାର

(ଆଫଗାନିସ୍ତାନ) : ଗତ ଶନିବାରର ପ୍ରଳୟଙ୍କରୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୪ ହଜାର ଟପିଯାଇଛି। ଭୂକମ୍ପରେ ପ୍ରାୟ ୨ ହଜାର ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଥିବା ବେଳେ ପ୍ରାୟ ୨୦ ଗ୍ରାମରେ ୧୯୮୦ରୁ ୨ ହଜାର ଘର ମାଟିରେ ମିଶିଯାଇଛି। ଆଫଗାନିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ହାସନ ଅଖୁନ୍ଦ‌ ସୋମବାର ଦିନ ବିଭିନ୍ନ ଅଧିକାରୀଙ୍କ ସହ ହେରତ ପ୍ରଦେଶର ପ୍ରଭାବିତ ଅଞ୍ଚଳ ଗସ୍ତ କରିଛନ୍ତି।

ସୂଚନାନୁଯାୟୀ , ଲଗାତାର ଭାବେ ଭୂକମ୍ପରେ ମୃତ୍ୟୁସଂଖ୍ୟା ୪ ହଜାର ଟପିଛି ଏବଂ ଲଗାତାର ବଢ଼ୁଛି।  ଶନିବାର ଆଫଗାନିସ୍ତାନର ହେରତ ପ୍ରଦେଶ ଏବଂ ପଡ଼ୋଶୀ ଅଞ୍ଚଳରେ ୬.୨ ତୀବ୍ରତାର ୨ଟି ଶକ୍ତିଶାଳୀ ଭୂକମ୍ପ ହୋଇଥିଲା। ୧ ହଜାରରୁ ଅଧିକ ଉଦ୍ଧାରକାରୀ ସଦସ୍ୟ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

Related posts

ବିଶିଷ୍ଟ ଲେଖକ ସୁଲେମାନ ରୁର୍ସିଦ୍ଦଙ୍କୁ ଆକ୍ରମଣ

mahabharatanews

କିଏ ହେବ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନ ?

mahabharatanews

୮୦୦ କୋଟି ଛୁଇଁଲା ବିଶ୍ବ ଜନସଂଖ୍ୟା

mahabharatanews