ଓଡିଶା

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଜାତୀୟ ଉଦ୍ୟାନ

(ଶିମିଳିପାଳ) :  ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲିଲା ଜାତୀୟ ଉଦ୍ୟାନ । ତେବେ ମୌସମୀ ଋତୁ ପାଇଁ ପ୍ରାୟ ୫ ମାସ ପାଇଁ ବନ୍ଦ ରୁହେ ଏହି ଅଭୟାରଣ୍ୟ ।

ସୂଚନା ଅନୁସାରେ,ଏହା ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଯିବ । ଯଶିପୁର ପାର୍ଶ୍ୱରୁ କଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଯିବା ନେଇ ଅନୁମତି ରହିଛି । ପର୍ଯ୍ୟଟଙ୍କ ସୁବିଧା ପାଇଁ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ଉଦ୍ୟାନ ମଧ୍ୟକୁ କୌଣସି ପ୍ଲାଷ୍ଟିକ୍ ସାମଗ୍ରୀ ନେବା ମନା । ଏହାକୁ ପ୍ଲାଷ୍ଟିକ୍ ମୁକ୍ତ ଅଞ୍ଚଳ ଭବେ ଘୋଷଣା କରାଯାଇଛି । ତେବେ ସରକାରଙ୍କ ପକ୍ଷରୁ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିୟୋଜିତ କରାଯାଇ ବିଭିନ୍ନ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି ।

Related posts

ସମୂହ ଦୀପ ଏବଂ ବୃକ୍ଷରୋପଣ କରି କାଳନ୍ଦୀ ସାମଲଙ୍କ ଜନ୍ମଦିନ ପାଳନ କଲେ ବ୍ରାହ୍ମଣୀ ମଣ୍ଡଳ ବିଜେପି

mahabharatanews

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ

mahabharatanews

ବାଙ୍କୀ ଏସଆଇଙ୍କୁ ଆକ୍ରମଣ କଲେ ଅବସର ପ୍ରାପ୍ତ ଯବାନ

mahabharatanews